ଗତ ୨୪ ଘଣ୍ଟାରେ ୬୪୦୦ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି

ଏବେସୁଦ୍ଧା ମୋଟ ୧୮ ହଜାର ଭାରତୀୟମାନେ ୟୁକ୍ରେନ୍‌ ଛାଡ଼ିଛନ୍ତି।

0

(ଦିଲ୍ଲୀ) : ଏବେସୁଦ୍ଧା ମୋଟ ୧୮ ହଜାର ଭାରତୀୟମାନେ ୟୁକ୍ରେନ୍‌ ଛାଡ଼ିଛନ୍ତି। ଅପରେସନ ଗଙ୍ଗାର ଗତି ବଢ଼ି ଚାଲିଛି। ଗୋଟିଏ ଦିନରେ ୧୫ଟି ଫ୍ଲାଇଟ୍ ଜରିଆରେ ୩ ହଜାର ଭାରତୀୟଙ୍କୁ ଫେରେଇ ଅଣାଯାଇଛି । ତେବେ ଗତ ୨୪ ଘଣ୍ଟାରେ ୩୦ ଟି ଫ୍ଲାଇଟ୍‌ରେ ୬୪୦୦ଜଣ ଭାରତୀୟଙ୍କୁ ଫେରେଇ ଅଣାଯାଇଛି ।

ସୂଚନାନୁଯାୟୀ , ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି କି, ମୋଟ ୧୫ ଓ ଆଗାମୀ ୨୪ଘଣ୍ଟାରେ ୧୮ ଟି ଫ୍ଲାଇଟ୍‌ ନିର୍ଦ୍ଧାରିତ ହୋଇଛି । ରୋମାନିଆରେ ଏକ ନୂଆ ସ୍ଥାନ ସୁଚିଆୱାର ଚିହ୍ନଟ କରାଯାଇଛି । ଯେଉଁଠାରୁ ଫ୍ଲାଇଟ୍ ଜରିଆରେ ଭାରତୀୟଙ୍କୁ ଫେରେଇ ଆଣିବାକୁ ଉଦ୍ୟମ ଜାରି ରହିଛି । ସେ କହିଛନ୍ତି କି ମନ୍ତ୍ରାଳୟର ପ୍ରୟାସ ଅଧିକରୁ ଅଧିକ ଉଡ଼ାଣକୁ ନିର୍ଦ୍ଧାରିତ କରିବା । ଭାରତୀୟଙ୍କ ପାଇଁ ଖାଦ୍ୟ ଓ ରହିବାର ବନ୍ଦୋବସ୍ତ କରାଯାଉଛି । ସେ କହିଛନ୍ତି କି ଆଗାମ ୨-୩ ଦିନରେ ଆମେ ଆହୁରି ଲୋକଙ୍କୁ ଫେରେଇ ଆଣିବୁ ।