ଭାରତର ଦ୍ୱିତୀୟ ସୁନା ଖଣି , କିନ୍ତୁ ଏହାକୁ କଢ଼ା ଯାଇପାରିବ ନାହିଁ

0

ବ୍ୟୁରୋ : ଆମ ଦେଶ ହେଉଛି ଭାରତ, ଯାହାକୁ କୁହାଯାଉଥିଲା ସୁନାର ଦେଶ। ନିଜର ସଂସ୍କୃତି ଓ ପରମ୍ପରା ପାଇଁ ଖୁବ୍ ପରିଚିତ । ଅତୀତରେ ଆମ ଭାରତ ବିଶ୍ୱରେ ସବୁଠୁ ଧନୀ ଦେଶରେ ଗଣା ଯାଉଥିଲା। ସେ ମୋଗଲ ହୁଅନ୍ତୁ କି ବ୍ରିଟିଶ, ସମସ୍ତେ ଲୁଟିଛନ୍ତି ଆମ ଦେଶକୁ। ବାରମ୍ବାର ବିଦେଶୀଙ୍କ ଆକ୍ରମଣର ଶିକାର ହୋଇଛେ ଆମେ। ମଠ ମନ୍ଦିରଠୁ ଆରମ୍ଭ କରି ଅନେକ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଛନ୍ତି ସେମାନେ। ତେବେ ଏହା ପରେ ବି ଭାରତର ଅନେକ ସ୍ଥାନରେ ଲୁକ୍କାୟିତ ଭାବେ ରହିଛି ସୁନା ଖଣି। ଯେମିତିକି ବିହାରରେ ମଧ୍ୟ କିଛି ଦିନ ପୂର୍ବରୁ ଏକ ବଡ଼ ସୁନା ଖଣି ରହିଥିବା ଜଣା ପଡିଥିଲା। ତେବେ ବର୍ତ୍ତମାନ ମଧ୍ୟ ଭାରତରେ ଏମିତି ଏକ ହ୍ରଦ ରହିଛି ଯେଉଁଠି ବହୁ ପରିମାଣରେ ସୁନା ଥିବା କୁହାଯାଉଛି।’

କୁହାଯାଏ ଯେ ହିମାଳୟ ଅଞ୍ଚଳରେ କମୃନାଗ୍ ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା ଗହଣା। ମଣ୍ଡି ଜିଲ୍ଲା ଠାରୁ ପାଖାପାଖି ୫୧ କିଲୋମିଟର୍ ଦୂରରେ କରସୋଗ ଘାଟିରେ ରହିଛି ଏହି ହ୍ରଦ। କୁହାଯାଉଛି ଏହି ହ୍ରଦ ଭିତରେ ଏତେ ମାତ୍ରାରେ ସୁନା ଗହଣା ଠାରୁ ଆରମ୍ଭ କରି ରୁପା ଜିନିଷ ବି ରହିଛି । ତେବେ ଏଠାକୁ କେମିତି ଆସିଲା ଏସବୁ ଜିନିଷ ? ନା ଆଗରୁ ହ୍ରଦ ଭିତରେ ଥିଲା ? ଆସନ୍ତୁ ଜାଣିବା ସେ ବିଷୟରେ।ଅନେକ ସମୟରୁ ଲୋକ ସୁନା ଚାନ୍ଦିରେ ତିଆରି ପ୍ରତିମାକୁ ଏହି ସ୍ଥାନରେ ଅର୍ପଣ କରି ଆସୁଛନ୍ତି। ଏମିତିକି ଏହି ହ୍ରଦରୁ ଚୋରମାନେ ମଧ୍ୟ ଅନେକ ଥର ସୁନା ରୁପା ଚୋରି କରିବା ପାଇଁ ପ୍ରୟାସ କରିଛନ୍ତି କିନ୍ତୁ ବାରମ୍ବାର ଅସଫଳ ହୋଇଛନ୍ତି।

ଲୋକ ବିଶ୍ଵାସ କରନ୍ତି ଯେ ଏହି ହ୍ରଦରେ ଯେତେ ପ୍ରକାର ସୁନା ରୁପା ଗହଣା ସବୁ ରହିଛି ସେଗୁଡ଼ିକୁ ରକ୍ଷା କରନ୍ତି ସ୍ଵୟଂ କମୃନାଗ୍ ଦେବତା। ଏମିତିକି ବେଳେ ବେଳେ ଏହି ହ୍ରଦର କୂଳରେ ମଧ୍ୟ କୌଣସି ସୁନା ଗହଣା ଦେଖା ଗଲେ ସେଗୁଡିକୁ କେହି ଆଣିବା ପାଇଁ ସାହସ ମଧ୍ୟ କରନ୍ତି ନାହିଁ। ଏହି ହ୍ରଦକୁ ସ୍ଥାନୀୟ ଲୋକ ପୂଜା କରନ୍ତି। ପୂଜା କରିବା ସମୟରେ କେତେ ଲୋକଙ୍କୁ ସୁନା ରୁପା ଅଳଙ୍କାର ମିଳିଥିବା ଜଣାପଡ଼ିଛି । ତେବେ ସବୁ ଲୋକଙ୍କୁ ଏହି ସୁଯୋଗ ମିଳେ ନାହିଁ । ଯାହାକୁ ସେମାନେ ଆଶୀର୍ବାଦ ବୋଲି ମନେ କରନ୍ତି। କିନ୍ତୁ ଏଠାରୁ କେହି ଏସବୁକୁ ଚୋରି କରିବା ଅସମ୍ଭବ।

ଏହି ହ୍ରଦର ସମ୍ପର୍କ ମହାଭାରତ ସହ ରହିଛି ବୋଲି କୁହାଯାଏ। ସେ ଯୁଗର ସୁନା ମଧ୍ୟ ଏହି ହ୍ରଦରେ ରହିଛି ବୋଲି ବିଶ୍ଵାସ କରାଯାଏ। ତେବେ ଇଏତ ହେଉଛି ବିଶ୍ୱାସ ଓ ଆସ୍ଥାର ବିଷୟ। ଯାହା ଈଶ୍ୱରଙ୍କ ସହ ଯୋଡ଼ି ହୋଇ ରହିଛି। ତେଣୁ ଏହି କଥା ଓ କାହାଣୀର ବାସ୍ତବତା କେତେ ତାହାର ଯାଞ୍ଚ ହେବା ନିହାତି ଜରୁରୀ। ହୁଏତ ଆମ ଦେଶ ଭାରତରେ ଅନେକ ସୁନା ଖଣି ଲୁଚି ରହିଛି ଯାହାକୁ ଏବେବି ଠାବ କରାଯାଇ ପାରି ନାହିଁ। ଯଦି ଏଗୁଡ଼ିକୁ ଖୋଜି ଏହାର ସଦୁପଯୋଗ କରାଯିବ ତେବେ ପୁଣି ଭାରତ ହୋଇଯିବ ସୁନାର ଦେଶ।