ଭାରତର ଚର୍ତୁଭାଗ ଶତ୍ରୁଙ୍କ ଠାରୁ ରକ୍ଷା କରିବ ସ୍ୱଦେଶୀ ହେଲିକପ୍ଟର

0

ରାଜସ୍ଥାନ: ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ହୋଇଛି ଏକ ହେଲିକପ୍ଟର । ଯାହାର ନାମ ରଖାଯାଇଛି ଏଲସିଏଚ ( ଲାଇଟ କମବ୍ୟାକ୍ଟ ହେଲିକପ୍ଟର) । ଏହାର ଶୁଭାରମ୍ଭ ହୋଇଛି ରାଜସ୍ଥାନ ଯୋଦ୍ଧପୁର ଠାରେ । ରାଜସ୍ଥାନ ଏୟାରଫୋର୍ସରେ ସାମିଲ ହୋଇଛି ଏଲସିଏଚ । ଏହି ହେଲିକପ୍ଟର ବାୟୁସେନାରେ ମଧ୍ୟ ସାମିଲ ହେବ । ତେବେ ଏହାକୁ ପ୍ରଥମେ ଚଳାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜେ ଚଳାଇଛନ୍ତି । ଏହାକୁ ଲଢୁଆ ହେଲିକପ୍ଟର ବା ପ୍ରଚଣ୍ଡ ନାମରେ ନାମିତ କରାଯାଇଛି ।

ପ୍ରଚଣ୍ଡରେ ପ୍ରତିରକ୍ଷା ମନ୍ତ୍ରୀ ନିଜେ ବସି, ନିଜେ ଚଳାଇଥିଲେ । ତାହା ସହ ସେ ବାୟୁସେନାର ପୋଷାକ ମଧ୍ୟ ପରିଧାନ କରିଥିଲେ । ହେଲିକପ୍ଟର ଚଳାଇସାରି ଓହ୍ଲାଇକି ଆସିବା ପରେ ସେ ଖୁସି ସହ ଗର୍ବିତ ଭାବେ ଚାଲିଚାଲି ଆସିଥିଲେ । ତେବେ ସ୍ୱେଦେଶି ଜ୍ଞାନ କୌଶଳ ରେ ନିର୍ମିତ ହୋଇଛି ଏହି ଏଲସିଏଚ ଅର୍ଥାତ ଅଳ୍ପ ଓଜନ ବିଶିଷ୍ଟ ହେଲିକପ୍ଟର ଯାହା ଯୁଦ୍ଧ କ୍ଷେତ୍ରରେ ସହାୟତା କରିବ ବୋଲି ନିର୍ମାଣ କରାଯାଇଛି ।

ଏମିତିରେ ଦେଖିବାକୁ ଗଲେ ଆମ ଚତୁଃପାର୍ଶ୍ୱରେ ୩ଭାଗ ଜଳ ଓ ଗୋଟେ ଭାଗ ମରୁଭୂମି ରହିଛି ଓ ଅନ୍ୟପଟେ ହିମାଳୟର ବିସ୍ତିର୍ଣ୍ଣ ପାର୍ବତ୍ୟାଂଚଳ ରହିଛି । ତେବେ ଚାରିପଟୁ ଶତ୍ରୁଙ୍କ ଭୟ ଘେରି ରହିଛି ଭାରତକୁ । ସବୁ ଭାଗରେ ଅର୍ଥାତ ଜଳ ହେଉ କି ସ୍ଥଳ ହେଉ ମରୁଭୂମି କି ହିମାଳୟ ପର୍ବତ ସବୁ ସ୍ଥଳରେ ଏଲସିଏଚ ଶତ୍ରୁ ଆକ୍ରମଣ କରିପାରିବ । ତେବେ ସଫଳ ହୋଇଛି ସ୍ୱଦେଶୀ କୌଶଳ । ଏହା ଦେଶ ପାଇଁ ଅତ୍ୟନ୍ତ ଖୁସି ଖବରରେ ପରିଣତ ହୋଇଛି ।