(ସେଖ ଫାଇଜାନ କାଦରୀ /ଭଦ୍ରକ): ଭଦ୍ରକ ବ୍ଲକ ରମ୍ପିଳା ଆରଡ଼ି ପଦା ଘୁଷୁରି ଗଢିଆଠାରେ ଦେଶୀମଦ ତିଆରି ହେଉଥିବା ବେଳେ ଗ୍ରାମାଞ୍ଚଳ ଥାନା ଆଇଆଇସି ଆଲୋକ ଜେନାଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଘର ଉପରେ ଚଢାଉ କରି ୧୨ ଶହ ଲିଟର ଦେଶୀମଦ ସହ ମଦ ତିଆରି ଯନ୍ତ୍ରପାତି ଏକ ଇଣ୍ଡିଗୋ କାର, ଗୋଟିଏ ସ୍କୁଟି ଓ ଏକଲକ୍ଷ ୫ ହଜାର ଟଙ୍କା ଜବତ କରିବା ସହ ୨ ଜଣକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଆଲିଆ ସିଂ ଓ ସରସ୍ବତୀ ସିଂ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।