ସ୍କାଉଟ ଓ ଗାଇଡ୍ସର ଦୀକ୍ଷା ଗ୍ରହଣ ଉତ୍ସବ

0

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଆର୍ମି ପବ୍ଲିକ ସ୍କୁଲ ଗୋପାଳପୁର ପରିସରରେ ବୁଧବାର ଭାରତ ସ୍କାଉଟ୍ ଓ ଗାଇଡ୍ସ ପକ୍ଷରୁ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠିତ ଉତ୍ସବରେ ୧୬ ଜଣ ସ୍କାଉଟ୍ସ ଓ ୧୦ ଜଣ ଗାଇଡ୍ସ ଏବଂ ୬୨ ଜଣ କବ୍ ଓ ବୁଲବୁଲ୍ ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଥିଲେ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଷ୍ଟ୍ରୀୟ ସେବାରେ ନିଜକୁ ସର୍ବଦା ନିୟୋଜିତ କରିବା ସହ ସ୍କାଉଟ୍ ଓ ଗାଇଡ ର ଭୂମିକା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଅନୁରୂପ ଭାବେ ଶିକ୍ଷୟତ୍ରୀ ଏ. ବିଜୟଲକ୍ଷ୍ମୀ ଶାନ୍ତିଶୃଙ୍ଖଳା ଓ ସମ୍ମାନ ବଜାୟ ରଖିବା କ୍ଷେତ୍ରରେ ସର୍ବଦା ସଜାଗ ରହିବା ପାଇଁ ବାର୍ତା ଦେଇଥିଲେ। ସ୍କାଉଟ୍ ମାଷ୍ଟର ରାଜାରାମ ସ୍ୱାଇଁ ଦୀକ୍ଷାଗ୍ରହଣ କରାଇଥିବା ବେଳେ କବ୍ ମାଷ୍ଟର ରାଜେଶ୍ ଦେକର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।