ପିନ୍ଧା ଡ୍ରେସ ସହ ଚପଲ ବିକ୍ରି କରି କୋଟି କୋଟି ଟଙ୍କା କମାଉଥିବା ମଡେଲ

0

(ମୁମ୍ବାଇ) : ଦାମୀ ଓ ଡିଜାଇନର ଡ୍ରେସ୍ କିଣିବା ଲୋକଙ୍କର ସଉକ୍ ରହିଥାଏ। ମାର୍ସଲା ଅଲୋସୋ ନାମକ ଏହି ଇନଷ୍ଟାଗ୍ରାମ ମଡେଲ ନିଜର ପୁରୁଣା କପଡାକୁ ନିଜର ଫ୍ୟାନ୍‌ଙ୍କୁ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ମାର୍ସଲାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ଫ୍ୟାନ୍‌ ତାଙ୍କର ପିନ୍ଧା ଡ୍ରେସ୍ କିଣିବାକୁ ସବୁକିଛି ମୂଲ୍ୟ ଦେବାକୁ ପ୍ରସ୍ତୁତ। ନ୍ୟୁୟର୍କରେ ରହୁଥିବା ଏହି ମଡେଲଙ୍କ ପାଖରେ ଶତାଧିକ ଏଭଳି ଫ୍ୟାନ୍‌ଙ୍କ ରିକ୍ବେଷ୍ଟ ଆସୁଛି ଯେଉଁମାନେ କି ତାଙ୍କର ପୁରୁଣା କପଡାକୁ କିଣିବାକୁ ପ୍ରସ୍ତୁତ।

ସୂଚାନନୁଯାୟୀ, ମାର୍ସଲା ଏହି କଥାରେ ସବୁଠାରୁ ଅଧିକ ଖୁସି ଯେ, ତାଙ୍କୁ ଫ୍ୟାନମାନେ ନିରାଶ କରୁନାହାନ୍ତି। ଫ୍ୟାନ୍‌ମାନେ ତାଙ୍କର ବ୍ରା’କୁ ମଧ୍ୟ ୨୪୦ ଆମେରିକୀୟ ଡଲାର(୧୮ ହଜାର ଟଙ୍କା)ରେ କିଣିଛନ୍ତି। ମାର୍ସଲା କୁହନ୍ତି ଯେ, ବହୁବାର ଲାଇଭ ସେଶନ୍‌ରେ ସେ ଯେଉଁ କପଡା ପିନ୍ଧି ବସନ୍ତି ତାକୁ କିଣିବାକୁ ସେ ନିଜର ଫ୍ୟାନ୍‌ଙ୍କୁ ଅଫର ଦିଅନ୍ତି। ଏପରିକି ସେ ଘରେ ପିନ୍ଧୁଥିବା ସ୍ଲିପର ଚପଲଙ୍କୁ କିଣିବାକୁ ତାଙ୍କ ଫ୍ୟାନମାନେ ଖୁବ୍ ଆଗ୍ରହୀ। ଗତ ବର୍ଷ ସେ ପୁରୁଣା କପଡା ପିନ୍ଧି ୨ ଲକ୍ଷ ଆମେରିକୀୟ ଡଲାର(ପ୍ରାୟ ଦେଢ କୋଟି ଟଙ୍କା) ପାଇଥିଲେ। ଉଲ୍ଲେଖନୀୟ ଯେ, ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କର ପ୍ରାୟ ୩ ଲକ୍ଷ ୮୦ ହଜାର ଫଲୋଅର୍ସ ଅଛନ୍ତି। ଏମାନଙ୍କ ଭିତରେ ବହୁ ଫଲୋଅର୍ସ ରହିଛନ୍ତି, ଯେଉଁମାନେ ତାଙ୍କଠାରୁ ପୁରୁଣା କପଡା କିଣିବାକୁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ।