Reporters Today
  • Home
  • ଭାରତ
  • କାଲି ରାତି ୧୧ଟା ଯାଏଁ ଦିଲ୍ଲୀ ସୀମାରେ ବନ୍ଦ ରହିବ ଇଣ୍ଟରନେଟ
ଭାରତ

କାଲି ରାତି ୧୧ଟା ଯାଏଁ ଦିଲ୍ଲୀ ସୀମାରେ ବନ୍ଦ ରହିବ ଇଣ୍ଟରନେଟ

(ନୁଆଦିଲ୍ଲୀ): କୃଷି ଆଇନ ବିରୋଧରେ କୃଷକମାନେ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ସିଂଘୁ, ଟିକରୀ, ଓ ଗାଜିପୁର ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ସ୍ଥାନରେ ଇଣ୍ଟରନେଟ ସେବାକୁ ଜାନୁଆରୀ ୩୧ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଶୁକ୍ରବାର ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍ଥିତିକୁ ଦେଖି ସୀମାନ୍ତ ଅଞ୍ଚଳରେ ଜାନୁଆରୀ ୨୯ ତାରିଖ ରାତି ୧୧ଟାରୁ ୩୧ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଇଣ୍ଟରନେଟ ବନ୍ଦ ହୋଇଥିବା ଅଞ୍ଚଳଗୁଡିକରେ ଦୀର୍ଘ ୨ ମାସ ଧରି କୃଷକମାନେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି ।

Related posts

କାଶ୍ମୀରରେ ପୁନରୁଦ୍ଧାର ହେବ ବନ୍ଦ ପଡିଥିବା ସ୍କୁଲ, ହିନ୍ଦୁ ମନ୍ଦିର

Report

ମୋଦୀଙ୍କୁ ଦିଆଯିବ ସର୍ବୋଚ୍ଚ ନାଗରିକ ସମ୍ମାନ

Report

ଭଗବାନ ଆୟପ୍ପାଙ୍କୁ ଦର୍ଶନ କଲେ ୨ ମହିଲା,କେରଳରେ ହାଇ ଆଲର୍ଟ

Report

Leave a Comment