ଭୁବନେଶ୍ୱର:ଓଡିଶା ମୋର ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମଭୂମି । ମୋ ବାପା ଏବଂ ବିଜୁ ବାବୁ ଉଭୟ ଚିନ୍ତା କରିଥିଲେ ଏଠି ଷ୍ଟିଲ ପ୍ଲାଣ୍ଟ କରିବାକୁ । ବର୍ତ୍ତମାନ ଏହା ନବୀନ ବାବୁଙ୍କ ପାଇଁ ସମ୍ଭବ ହେଲା । ତା ଛଡା ଅନ୍ୟ ତିନି ଜଣ ସଜ୍ଜନ, ପାର୍ଥ ଏବଂ ଅଭ୍ୟୁଦୟ ମଧ୍ୟ ଏଇନଭେସ୍ଟ କରୁଛନ୍ତି । ଏମ୍ ଏସ ଏମ୍ ଇ କ୍ଷେତ୍ରରେ ନିବେଶ ହେଲେ ଆଗକୁ ଭବିଷ୍ୟତରେ ଅଧିକ ଚାକିରୀ ସୁଯୋଗ ରହିଛି। ଆମେ ଅନୁଗୁଳରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ଚିନ୍ତା କରୁଚୁ । ଯେତେବେଳେ କୋଭିଡ ପାଇଁ ପୁରା ବିଶ୍ୱ ହନ୍ତସନ୍ତ ହେଉଥିଲା ସେତେବେଳେ ମଧ୍ୟ ଓଡିଶା ପୁରା ଦେଶକୁ ଅକ୍ସିଜେନ ଯୋଗାଇଛି ।