ଚୀନକୁ ଝଟକା, ଭାରତରେ ଆଇଫୋନ ୧୧ର ଉତ୍ପାଦନ ଆରମ୍ଭ

0

ନୂଆଦିଲ୍ଲୀ: ଚୀନକୁ ଲାଗିଛି ବଡ ଝଟକା। ଆପଲ୍ ଚେନ୍ନାଇ ନିକଟରେ ସ୍ଥିତ ଫକ୍ସକନ ପ୍ଲାଣ୍ଟରେ ନିଜର ଫ୍ଲାଗସିପ୍ ଫୋନ୍ ଆଇଫୋନ ୧୧ ତିଆରି କରିବା ଆରମ୍ଭ କରି ଦେଇଛି। ଆପଲ ପ୍ରଥମ ଥର ଭାରତରେ ଟପ୍ ଅଫ ଦ ଲାଇନ୍ ମୋଡେଲ୍ ପ୍ରସ୍ତୁତ କରିଛି। କେନ୍ଦ୍ର ସରକାରଙ୍କ ମେକ୍ ଇନ ଇଣ୍ଡିଆ ଅଭିଯାନରେ ଏହା ବଡ ସଫଳତା। ପର୍ୟ୍ୟାୟକ୍ରମେ ଫୋନର ଉତ୍ପାଦନ ବୃଦ୍ଧି କରାଯିବ। ଏହା ବ୍ୟତୀତ ଚୀନ୍ ଉପରେ ନିଜର ନିର୍ଭରତା ବଢାଇବା ପାଇଁ ଆପଲ ଭାରତରେ ନିର୍ମିତ ଆଇଫୋନ ୧୧ର ରପ୍ତାନୀ ଉପରେ ବିଚାର କରୁଛି। ଇଣ୍ଡଷ୍ଟ୍ରୀର ଦୁଇ ଜଣ ବରିଷ୍ଠ ପରିଚାଳକ ଏହା କହିଛନ୍ତି।