ଗୁଜୁରାଟ : ଟିନା ଡାବି, ତାଙ୍କୁ କିଏ ବା ନ ଜାଣେ । ସୋସିଆଲ ମିଡିଆରେ ନିଜ ଦବଦବା ଜାହିର କରିଥିବା ଟିନା ଜଣେ ଆଇଏଏସ ଅଫିସର । ଏହି କିଛି ଦିନ ହେଲା ଅଫିସର ଟିନା ନିଜ ଦ୍ୱିତୀୟ ବିବାହକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି । ଟିନାଙ୍କର ସୋସିଆଲ ମିଡିଆରେ ପ୍ରାୟ ୧.୫ ମିଲୟନ ଫଲୋଅର୍ସ ଅଛନ୍ତି । ଆଉ ତାଙ୍କ ବିବାହ ଖବର ପାଇବା ପରେ ତାଙ୍କ ଫଲୋଅର୍ସ ମାନେ ବେଶ ଉତ୍ସାହ ଅଛନ୍ତି ।
ଟିନା ଗୁଜୁରାଟର ଆଏଏସ୍ ଅଫିସର ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବାକୁ ନିଷ୍ପତି ନେଇଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଟିନା ବିବାହ ପୂର୍ବରୁ ନିଜର ସମସ୍ତ ସୋସିଆଲ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଛି । ଟିନା ଗତ ସନିବାରେ ନିଜ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟା ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି । ସୋସିଆଲ ମିଡିଆରେ ନିଜକୁ ଦୂରେଇ ରଖିବାକୁ ନିଷ୍ପତି ନେଇଛନ୍ତି ଟିନା । ତାଙ୍କର ଏପରି ନିଷ୍ପତି ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଟିନାଙ୍କ ସହ ତାଙ୍କ ଭାବି ସ୍ୱାମୀ ପ୍ରଦୀପ ଗୱାଣ୍ଡେ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି । ପ୍ରଦୀପ ହେଉଛନ୍ତି ଗୁଜୁରାଟର ଆଇଏଏସ୍ ଅଧୀକାରି । ଏହାସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ଦୁଇ ଅଫିସର ନିଜ ସୋସିଆଲ ମିଡିଆକୁ ବାଏ ବାଏ କରିଦେଇଛନ୍ତି । କିଛଦିନପୂର୍ବରୁ ନିଜ ୨ୟ ବିବାହ ସମ୍ପର୍କରେ ଫ୍ୟାନ୍ସ ମାନଙ୍କୁ ଅବଗତ କରାଇଥିଲେ ଟିନା । ଏଥି ସହ ତାଙ୍କ ମ୍ୟାରେଜ କାର୍ଡମଧ୍ୟ ପୋଷ୍ଟ କରିଥିଲେ । ଯାହାପରେ ତାଙ୍କୁ ବିବାହ ଅଭିନ୍ଦନର ସୁଅ ଛୁଟିଥିଲା । ତାଙ୍କ ବିବହାରେ ଅନେକ ବଡ ବଡ ଅଫିସର ମାନେ ଯୋଗ ଦେବେ ।
ଅଫିସର ଟିନା ଓ ପ୍ରଦୀପଙ୍କ ଏହି ଖବର ଚର୍ଚ୍ଚା ହେବା ପରେ ପ୍ରଦୀପଙ୍କ ଫଲୋଅର୍ସ ମଧ୍ୟ ବଢିବାରେ ଲାଗିଛି । ଏପରିକି ୨୪ ଘଣ୍ଟାରେ ୩୧୫୪ ରୁ ସିଧା ୨୮ ହଜାର ପାର କରିଛି, ।ଫିସର ପ୍ରଦୀପଙ୍କ ଫଲୋଅର୍ସ ଲିସ୍ଟ । ଚର୍ଚ୍ଚାରେ ରହି ଆସୁଥିବା ଏହି ଦୁଇ ଯୋଡି ନିଜ ସୋସିଆଲ ମିଡିଆ ଓ ଫ୍ୟାନଙ୍କଠୁ ଦୁରେଇ ରହିଛନ୍ତି । ଯାହା ତାଙ୍କ ଫ୍ୟାନଙ୍କୁ ନିରାଷ କରିଛି ।