ହିଜାବ୍ ଘଟଣାରେ ସରକାରଙ୍କୁ ଘେରିଲେ ଇରାନ ଛାତ୍ରୀ

0

ହିଜାବ୍ ଆଇନକୁ ନେଇ ଇରାନ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଇରାନର ରାଜଧାନୀ ତେହେରାନ୍ ଉପନଗରୀ କରଜରେ ସ୍କୁଲ ଛାତ୍ରୀମାନେ ଏହି ଆନ୍ଦୋଳନକୁ ତୀବ୍ର ରୂପ ଦେଇଥିଲେ । ଏକଚ୍ଛତ୍ରବାଦୀର ମରଣ ହେଉ ସ୍ଲୋଗାନରେ ରାଜରାସ୍ତାରେ ନାରୀ ଶକ୍ତି ପ୍ରଦର୍ଶନ କରିଥିଲେ ତେହେରାନ୍ ମହିଳା । ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ କାର୍ଯକଳାପକୁ ନେଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । କାରଣ ଗତ ସେପ୍ଟେମ୍ବର ମଧ୍ୟଭାଗରେ ଜଣେ ୨୨ ବର୍ଷୀୟ ଯୁବତୀ ମଶା ଆମାନିଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ଏହି ଐତିହାସିକ ଆନ୍ଦୋଳନ । ମୋରାଲ୍ ପୋଲିସ ଦ୍ୁାରା ଗିରଫ ହୋଇ ମଶା ସରକାରୀ ହାଜତରେ ମୃତ୍ୟୁ ବରଣ କରିଥିଲେ । ହିଜାବ୍ ଆଇନ ଉଲଘଂନ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହି ଆନ୍ଦୋଳନ କେବଳ ତେହେରାନ୍ରେ ନୁହେଁ ବରଂ ସମଗ୍ର ଦେଶରେ ଏହାର ପ୍ରଭାବ ପଡିସାରିଲାଣି ଯାହାର ନେତୃତ୍ୟ ନେଉଛନ୍ତି ଅନେକ ଛାତ୍ରୀମାନେ । ୧୯୮୧ ମସିହାରେ ଇରାନ୍ ଲରକାର ଏହି ଆଇନକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିଥିଲେ । ଇସଲାମିକ୍ ରିଭଲ୍ୟୁସନ ସମୟରେ ଏହି ଆଇନ ପ୍ରଣୟନ କରାଯାଇଥିଲା । ଉଲ୍ଲଘଂନ କରିଥିବାର ଦେଖିବାକୁ ମିଳିଥିଲା । ସେବେଠାରୁ ସରକାର ଏହି ଆଇନ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଧର୍ମୀୟ ଶାସ୍ତ୍ର ଆଧାରରେ କୋରାନରେ ଲିପିବଦ୍ଧ ଏହି ନିୟମର ସର୍ତ୍ତାବଳୀ ଥିଲା ଜଣେ ମହିଳା ନିଜକୁ ଅଜଣା ପୁରୁଷଙ୍କ ସାମ୍ନାରେ ବିନା ହିଜାବ୍ ତଥା ମୁଖା ପରିଧାନ ନକରି ଉପସ୍ଥାପନା କରିବାର କଟକଣା ରହିଛି କିନ୍ତୁ ବାଧ୍ୟତାମୂଳକ ନଥିଲା । ହେଲେ ସରକାର ଏହି ଆଇନ ଉପରେ ଏକଛତ୍ରବାଦ ପ୍ରଦର୍ଶନ କରୁଛନ୍ତି । ଯାହାକୁ ନେଇ ଇରାନ ମହିଳାଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ନର୍ୱେସ୍ଥିତ ଇରାନ ମାନବ ଅଧିକାର ସଙ୍ଗଠନ ମଙ୍ଗଳବାର ଦିନ କହିଛି ଯେ ଏହି ଆନ୍ଦୋଳନରେ ମୋଟ ୧୫୪ ଜଣ ମୃତ୍ୟୁବରଣ କରିସାରିଲେଣି । ଏବଂ ସମଗ୍ର ଇରାନ୍ ମଧ୍ୟ ଅତି ନିର୍ମମ ଭାବେ ହିଜାବ ପ୍ରତିବାଦକୁ ଦମନ କରୁଛି ।