(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି ): ଅଙ୍ଗନବାଡି କର୍ମୀ ପଦବୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରି ଦୀର୍ଘ ଦିନ ଧରି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରି ଆସୁଛନ୍ତି ଗ୍ରାମବାସୀ। ପୂର୍ବରୁ ଏନେଇ ଖବରକାଗଜରେ ପ୍ରକାଶିତ ହେବା ପରେ ଘଟଣାର ତଦନ୍ତ ନିମନ୍ତେ ପହଁଚିଲେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୌଦାମିନୀ ପ୍ରଧାନ ଓ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ।
ଗ୍ରାମବାସୀଙ୍କ କହିବାନୁଯାୟୀ କୋରୁକୋଣ୍ଡା ସିଡ଼ିପିଓ ଲାଞ୍ଚ ନେଇ ନୀଳାକାମ୍ବେରୁ – Aରେ ଥିବା ଅଙ୍ଗନବାଡି କର୍ମୀ ପଦବୀ ପୂର୍ଣ୍ଣିମା ଦୋରାଙ୍କୁ ଦେଇଥିଲେ। ଘଟଣା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଅନ୍ୟ ପକ୍ଷେ ବିଗତ ଦିନରେ ହିଁ ସି.ଡି.ପି.ଓ. ଅଭିଯୋଗକୁ ଖଣ୍ଡନ କରଛନ୍ତି। ତେବେ ଅଙ୍ଗନବାଡିରେ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ତାଲା ପକାଇ ଅଙ୍ଗନବାଡିରୁ ଗର୍ଭବତୀ, ପ୍ରସୂତି ଏବଂ ଶିଶୁ ମାନଙ୍କ ନିମନ୍ତେ ଆସୁଥିବା କୌଣସି ଖାଦ୍ୟ ସାମଗ୍ରୀ ଗ୍ରହଣ କରୁନାହାନ୍ତି। ତେଣୁ ଆଜି କୋରୁକୋଣ୍ଡା ସିଡ଼ିପିଓ ନିଳିମା ରାଣୀ ମଣ୍ଡଳ, ସୁପର୍ଭାଇଜର କୌଶଲ୍ୟା ମିର୍ଧା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୌଦାମିନୀ ପ୍ରଧାନ ଏବଂ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଅଙ୍ଗନବାଡି କେନ୍ଦ୍ର ନିକଟରେ ପହଞ୍ଚି ଗ୍ରାମବାସୀଙ୍କୁ ଡକାଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ। ସରପଞ୍ଚ ରୀନା ମାଢ଼ି ଗ୍ରାମବାସୀଙ୍କ ସହ ଉକ୍ତ ସଭାରେ ଉପସ୍ଥିତ ଥିଲେ।ବହୁ ବୁଝାସୁଝା ପରେ ମଧ୍ଯ ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ଅଙ୍ଗନବାଡି କେନ୍ଦ୍ରର ତାଲା ଖୋଲିନଥିଲେ। ପରେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଗ୍ରାମବାସୀଙ୍କ କହିବାନୁଯାୟୀ ଏକ ଅଭିଯୋଗ ପତ୍ର ଲେଖିଥିଲେ ଉକ୍ତ ପତ୍ରରେ ଅଧିକାରିଣୀ ଗ୍ରାମବାସୀଙ୍କ କଥା କୁ ସମ୍ମାନ ଦେଇ ଅଙ୍ଗନବାଡି କର୍ମୀ ପଦବୀରେ ଅନିୟମିତତା ହେବା ନେଇ ଯାହା ଗ୍ରାମବାସୀଙ୍କ ଅଭିଯୋଗ ରହିଥିଲା। ତାହା ଉଲ୍ଲେଖ କରି ଗ୍ରାମବାସୀଙ୍କ ସ୍ଵାକ୍ଷର ନେଇଥିଲେ। ତେବେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୌଦାମିନୀ ପ୍ରଧାନ ସୂଚନା ଦେଇଥିଲେ।
previous post