ବ୍ୟୁରୋ:ଅଳିଆ ଆବର୍ଜନା ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ବିଏମସି କମିଶନର । ବିଏମସି ବାରମ୍ବାର ଚେତାବନୀ ଦେବା ପରେ ବି ବିଏମସିକୁ ସହେଯାଗ କରୁନାହାନ୍ତି ଲୋକେ । ଏ ନେଇ ବିଏମସି ଆଜି ଭିଡିଓ କନଫରନ୍ସେଙ୍ଗି ଜରିଆରେ ସୂଚନା ଦେଇଛନ୍ତି । ନିୟମରେ ପରିବର୍ତ୍ତନ ଆଣି ଆବର୍ଜନା ନିଷ୍କାସନ ପାଇଁ ଦୁଇ ଦୁଇ ଥର ଗାଡି ଯିବ ବୋଲି କହିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ । ଆବର୍ଜନା ଅଲଗା ଅଲଗା ନଦେଲେ ୫ଶହ ଓ ଦୁଇଟି ଡଷ୍ଟବିନ ନରଖିଲେ ୫ହଜାକର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ କରାଯାଇଛି । ଆବର୍ଜନା ଅଲଗା ଅଲଗା ନଆସିଲେ ପରିଚାଳନାରେ ଅନେକ ସମସ୍ୟା ରହୁଛି । ସଠିକ୍ ସମୟରେ ପରିଚାଳନା ନକରାଗଲେ ଅଳିଆ ପରିମାଣ ବଢିଯାଉଛି ।
ଏଭଳି ପରିଚାଳନା ହେଲେ ସହରରେ କେବେ ବି ସୁସ୍ଥ ଓ ସୌନ୍ଦର୍ଯ୍ୟ ପରିବେଶ ଗଠନ ହୋଇପାରିବନି । ତେବେ ପରିଚାଳନାରେ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସଫେଇ ଗାଡି ଉପରେ ନଜର ରଖନ୍ତୁ ଯଦି କିଛି ତ୍ରୁଟି ଅଛି ତେବେ ବିଏମସିକୁ ଜଣାନ୍ତୁ । ଆମେ ବି ଲୋକଙ୍କ ଉପରେ ନଜର ରଖୁଛୁ । କିନ୍ତୁ କମିଶନରଙ୍କ ଆକ୍ସନଙ୍କୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଦିନକୁ ଥରେ ବି ଗାଡି ଆସୁନି ହେଲେ ଦୁଇ ଥର କେମିତି ଆସିବ ? ବିଏମସି ପାଖରେ ପର୍ଯ୍ୟାପ୍ତ ପରିମାଣର ଗାଡି ନାହିଁ କି ଗାଡି ଅନୁଯାୟୀ ଚାଳକ ବି ନାହାନ୍ତି । ତେବେ ଯୋଜନା ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ପାରିବ ତ ? ଭିତ୍ତିଭୂମି ନଥାଇ ଏହା କେମିତି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।