ଦେଶୀ ଲୁକରେ ନଜର ଆସିଲେ ଇଶା

0

ମୁମ୍ବାଇ: “ଆଶ୍ରମ’ ୱେବ୍ ସିରିଜରେ ଧମାଲ୍ ସହ ବୋଲ୍ଡ ଲୁକ୍ ଦେଇଥିବା ଇଶା ବର୍ତ୍ତମାନ ଖୁବ୍ ଚର୍ଚ୍ଚା । ସେ ତାଙ୍କ ବୋଲ୍ଡନେସ୍ ଓ ସୁନ୍ଦର ଫିଗର, ପାଇଁ ବହୁତ ଫ୍ୟାନ୍ସ ଫଲୋର୍ସୟ ବବି ଦେଓଲଙ୍କ ସହ ବୋଲ୍ଡ ସିନ୍ ଦେଇ ପ୍ରଶଂସକଙ୍କ ମଧ୍ୟରେ ଏକ ହଇଚଇ ସୃଷ୍ଟି କରିଛନ୍ତି । କିନ୍ତୁ ଏଥର ଇଶା ଗୁପ୍ତା ଏକ ନୂଆ ଲୁକ୍ରେ ନଜର ଆସିଛନ୍ତି । ଇଶା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ସେ ଅନେକ ଥର ବିକିନିରେ ଫଟୋରେ ନଜର ଆସନ୍ତି । କିନ୍ତୁ ଏଥର ତାଙ୍କ ଲୁକ୍ ପ୍ରଶଂସକଙ୍କୁ ମତୁଆଲା କରିଛି । ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି  ।

ନିକଟରେ ପାପାରାଜିମାନେ ବିମାନବନ୍ଦରରେ ଇଶା ଗୁପ୍ତାଙ୍କୁ ଦେଖିଥିଲେ । ଏଥିର ସେ ଏକ ଭିତ୍ତ ଅନ୍ଦାଜରେ ନଜର ଆସିଥିଲେ । ଇଶା ଏକ ସବୁଜ ରଙ୍ଗର ସୁଟ୍ ସହିତ ହାଲୁକା ନୀଳ ରଙ୍ଗର ଓଢଣୀ ପକାଇଥିଲେ । ଏହା ସହ ହାଲୁକା ମେକ୍ଅପରେ ନେଇଛନ୍ତି । ଇଶାଙ୍କ ଏହି ଦେଶୀ ଲୁକ୍ ଦେଖି ଖୁବ୍ ପସନ୍ଦ କରୁଛନ୍ତି । ବର୍ତ୍ତମାନ ତାଙ୍କର ଏହି ଫଟୋ  ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅନେକ ୟୁଜର୍ସ ତାଙ୍କ ଫଟୋରେ କମେଣ୍ଟଣ୍ଟ କରିବା ସହ ଲାଇକ୍ ସେୟାର କରିଛନ୍ତି ।