ଆଇଏଏସ୍‌ଙ୍କ ଫଟୋ ଲଗାଇ ସାଇବର ଠକର ଲୁଟ ଉଦ୍ୟମ 

0

ଜୟପୁର:ଲୁଟିବାର ଅନେକ ଉପାୟ କରୁଛନ୍ତି ସାଇବର ଠକ | କେଉଁଠି ପଇସାର ପ୍ରଲୋବାନ  ଦେଖାଇ ଲୁଟୁଛନ୍ତି ତ ଆଉ କେଉଁଠି ବ୍ଲାକମେଲିଙ୍ଗ କରି | ଏଠି କିନ୍ତୁ ନିଆରା ଉପାୟରେ ଠକୁଛନ୍ତି ସାଇବର ଠକ | ଜଣକ ଫଟୋ ଲଗାଇ ଅନ୍ୟ ଜଣେ ଚିହ୍ନ ଲୋକଙ୍କୁ ମାଗୁଛନ୍ତି ତାଙ୍କ | ଆଜ୍ଞା ହଁ ଏ କୌଣସି ସାଧାରଣ ଲୋକର ଫଟୋ ଲଗେଇନାହାନ୍ତି | ଲଗେଇଛନ୍ତି ତ ବହୁ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କର |

ହ୍ୱଟସଆପ୍‌ ଡିପିରେ ଟିନା ଡାବିଙ୍କ ଫଟୋ ଦେଖାଇ ଜଣେ ସାଇବର ଠକ ଜୈସଲମେରର ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଉଦ୍ୟମ କରିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସରକାରୀ ଅଧିକାରୀ। ଗତ ସୋମବାର ଜୈସଲମେରର ୟୁଆଇଟି ସେକ୍ରେଟାରୀ ସୁନୀତା ଚୌଧୁରୀଙ୍କ ହ୍ୱାଟ୍ସଅପ୍ ନମ୍ବରରେ ଏକ ମେସେଜ ଆସିଥିଲା। ଏଥିରେ ଆଇଏଏସ୍ ଟିନା ଡାବିଙ୍କ ଡିପି ଥିଲା।

ଏହି ମେସେଜ ଜରିଆରେ ତାଙ୍କୁ ଆମାଜନ୍ ଗିଫ୍ଟ କାର୍ଡ ବିଷୟରେ ପଚାରିଥିବା ଉକ୍ତ ସାଇବର ଠକ। ସରକାରୀ ଅଧିକାରୀଜଣଙ୍କ ଆମାଜନ୍ ବ୍ୟବହାର କରନ୍ତି ନାହିଁ ତେବେ ତାଙ୍କୁ ଏନେଇ ସନ୍ଦେହ ହେବାରୁ ସେ ଆଇଏଏସ୍ ଟିନା ଡାବିଙ୍କୁ ଫୋନ କରି କନଫର୍ମ ହେବାକୁ ଚାହିଁଥିଲେ।ଟିନା ଡାବ କୌଣସି ମେସେଜ୍ ପଠାଇନଥିବା କହିଥିଲେ | ଏହାପରେ ଉକ୍ତ ମେସେଜ୍ ଆଧାରରେ ସୁନୀତା ଚୌଧୁରୀ ପୁଲିସରେ ମାମଲା ଦାଏର କରିଥିଲେ।ତେବେ ଏନେଇ ଟିନା ନକଲି ଆଇଟି ବିଷୟରେ ଜାଣିବାକୁ ପାଇବା ପରେ ତାର ଫୋନ ନମ୍ବରକୁ ଟ୍ରେସ କରି ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଚାଲିଛି |