ପାଲେଷ୍ଟାଇନକୁ ଇଜ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

0

ଜେରୁଜେଲମ: ପାଲେଷ୍ଟାଇନକୁ ଏଥିପାଇଁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ ବୋଲି ପାଲେଷ୍ଟାଇନ ରକେଟ ଆକ୍ରମଣକୁ ନେଇ ଇଜରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । କଡ଼ା ଚେତାବନୀ ଦେଇ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ ଅଞ୍ଚଳରେ କ୍ଷେପଣାସ୍ତ୍ର ପଠାଇ ପାଲେଷ୍ଟାଇନ ସବୁ ସୀମା ପାର କରିଛି । ଦେଶ ଉପରେ କୈଣସି ଆକ୍ରମଣକୁ ବରଦାସ୍ତ କରିବେ ନାହିଁ ।
ଗତକାଲି ଇସ୍ରାଏଲରେ ପାଲେଷ୍ଟାଇନର ବଡ ଧରଣର ରକେଟ ହମଲା କରିଛି । ଏଥିରେ ଜଣେ ଭାରତୀୟ ମହିଳାଙ୍କ ସମେତ ୨୮ଜଣଙ୍କ ମୃତ୍ୟୁ ହୋଇଛି । ଏହି ୨୮ ମୃତକଙ୍କ ମଧ୍ୟରେ ୧୦ ଶିଶୁ ଥିବା ସୂଚନା ରହିଛି । କେବଳ ସେତିକି ନୁହେଁ ରିପୋର୍ଟ ମୁତାବକ ଏଥିରେ ପ୍ରାୟ ୧୫୨ ଜଣ ଆହତ ହୋଇଛନ୍ତି । ଇସ୍ରାଏଲ ସେନା କହିବା ଅନୁଯାୟୀ, ସେ ଗାଜାରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଜିହାଦର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ।