ଚଳିତ ମାସ ୨୫ ଓ ୨୬ ତାରିଖରେ, ୟୁନିଟ୍ ୧, ଇନଡୋର ହଲରେ ଅନୁଷ୍ଠିତ ହୋଇଯାଇଛିଭୁବନେଶ୍ୱର ପ୍ରୋସ୍ମାସର୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର : ଚଳିତ ମାସ ୨୫ ଓ ୨୬ ତାରିଖରେ, ୟୁନିଟ୍ ୧, ଇନଡୋର ହଲରେ ଅନୁଷ୍ଠିତ ହୋଇଯାଇଛି, ଭୁବନେଶ୍ୱର ପ୍ରୋସ୍ମାସର୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ । ଫେବୃଆରୀ ୨୫ରେ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ହୋଇ ୨ଦିନ ଧରି ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ବିଭାଗରେ ରାଜ୍ୟର ୬୪ଟି ଦଳ ଅଂଶଗ୍ରହଣ କରିଥିଲେ। ୪୦ ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ଗଞ୍ଜାମର ଶିବ ପ୍ରସାଦ ପାଢ଼ୀ ଏବଂ ଖୋର୍ଦ୍ଧାର ଆଶିଷ କୁମାର ନାୟକ ଯୋଡ଼ି ଭୁବନେଶ୍ୱର ର ମହେନ୍ଦ୍ର କୁମାର ବାରିକ ଏବଂ ଚନ୍ଦନ କୁମାର ନାୟକ ଯୋଡିକୁ ପରାସ୍ତ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ।
ସିନିଅର ବିଭାଗରେ ଭୁବନେଶ୍ୱର ର ଅମିତ ମହାନ୍ତି ଓ ଅଭିଜିତ ମହାରଣା ଯୋଡ଼ି, ବାଲେଶ୍ଵରର ଅମିୟ କୁମାର ନାୟକ ଓ ଭୁବନେଶ୍ୱର ର ଆଦିତ୍ୟ କରନ୍ ଦାସଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜୟ ଓଡ଼ିଶାର ସଭାପତି ତଥା ଯୁଗ୍ମ ସମ୍ପାଦକ ବିଜେଡି(ଓଡ଼ିଶା ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓ ମେଗା ବିଲଡର ର ମୁଖ୍ୟ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଭୁବନେଶ୍ୱର ପ୍ରୋସ୍ମାସର ସଭାପତି ପ୍ରତ୍ୟୁଷ ସାମନ୍ତରାୟ, ଉପସଭାପତି ତ୍ରିନାଥ ମହାନ୍ତି ,ହୃଷିକେଶ ଦାସ, ସମ୍ପାଦକ ଅଜିତ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ପାର୍ଥ ସାରଥୀ ମହାନ୍ତି ଓ ସଙ୍ଗଠନର ଉପଦେଷ୍ଟା ଡଃ ଧିରଜ କୁମାର ପଣ୍ଡା ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।
ମ୍ୟାଚ୍ ପରିଚାଳନା କରିଥିଲେ ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ୍ ର ରଫରି ଦୀପକ କୁମାର ମହାନ୍ତି, ତାଙ୍କୁ ସହଯୋଗ କରିଥିଲେ ଦୁଇ ଆମ୍ପାୟର ରୋହିତ ଏବଂ ରାଜୀବ। ସଙ୍ଗଠନର ଅନ୍ୟ ସଦସ୍ୟ ମାନଙ୍କ ଭିତରେ ଗୌରବ, ଦେବାଶିଷ, ସଚିନ, ଆଶିଷ, ଅଂଶୁମାନ, ସୁମଙ୍ଗଲ, ପ୍ରତୀକ, ଅଭିଷେକ, ସମ୍ବିତ, ଶକ୍ତି, କାହ୍ନା ଓ ସୁଧାଂଶୁ ଉପସ୍ଥିତ ଥିଲେ। ଭୁବନେଶ୍ୱର ଏବଂ କଟକର ବହୁ ପୁରାତନ ବ୍ୟାଡମିଣ୍ଟନ ଖେଳାଳି ଓ କ୍ରୀଡ଼ାପ୍ରେମୀ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।