୭୪ ବର୍ଷରେ ବି ମଳିନ ପଡିନି

0

ଭୁବନେଶ୍ୱର: ମୋ ନାଁ ଭୁବନେଶ୍ୱର , ମୋର ଆଜି ଜନ୍ମଦିନ । ମୋର ବୟସ ବଢୁଛି ସତ । ହେଲେ ମୁଁ ମଳିନ ପଡିନି । ୭୪ ବର୍ଷ ବୟସରେ ମୁଁ ପାଦ ଥାପି ସାରିଛି, ତଥାପି ସୈାନ୍ଦର୍ଯ୍ୟରେ ଭରପୁର ରହିଛି ମୋ ଦୁନିଆ । ପ୍ରିୟର ରାଜଧାନୀ ଭୁବନଶ୍ୱେରକୁ ନେଇ ଆମେ ସମସ୍ତେ ଗର୍ବିତ । ଏକାମ୍ରର ଇତିହାସ ବହୁ ପୁରାତନ । ଯେଉଁଠି ଭଗବାନ ଶିବଙ୍କୁ ପୂଜା କରାଯାଉଛି । ସେମିତି ଖଣ୍ଡଗିିରି ଉଦୟଗିରିକୁ କାହିଁ କେତେ ଦୂରରୁ ଚାଲିଆସିଥାନ୍ତି ସାଧୁସନ୍ଥ । ଏଠାକାର କିମ୍ବଦନ୍ତୀ କହେ ଅନେକ କଥା । ଯେଉଁ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।

ମନ୍ଦିର ମାଳିନୀ ଭୁବନେଶ୍ୱର ରହି ନିଜର ପରିଚେୟ ସୃଷ୍ଟି କରିଛନ୍ତି ଅନେକ ଲୋକେ । ନିଜ କୋଳରେ ସହରୀ ଠାରୁ ଆରମ୍ଭ କରି ବସ୍ତିପର୍ଯ୍ୟନ୍ତ ନିଜ ପାଖକୁ ଆଦରି ନେଇଛି ସେ । ପାଇକ ପୁଅ ଗାଥା ଏବେବି ଗାଉଛି ଆମ ରାଜଧାନୀ ଭୁବନେଶ୍ୱର । ପୁରାଣ ଐତିହ ସହ ଯୋଡା ଏହି ଭୁବନେଶ୍ୱରକୁ ଭଲପାଆନ୍ତି ଲୋକେ । ସ୍ମାଟ୍ ଭାବରେ ପରିଚିତ ଭୁବନେଶ୍ୱରକୁ ଆହୁରି ସୁନ୍ଦର କରିବା ପାଇଁ ଚାଲିଛି ବିଭିନ୍ନ ପ୍ରକାରର ପ୍ରୟାସ । ଆଜି ରାଜଧାନୀ ଭୁବନେଶ୍ୱର ପାଳୁଛି ୭୪ ତମ ପ୍ରତିଷ୍ଠା ଦିବସ । ଦୁଇବର୍ଷ ପରେ ଧୂମଧାମରେ ପାଳନ କରାଯାଉଛି ଏହି ଦିବସ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ୟାରେଡରେ ସାମିଲ ହୋଇଥିଲେ ୭୨ଟି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଅଭିବାଦନ ରଖିଛନ୍ତି । ଏବଂ ମେୟର ସୁଲୋଚନା ଦାସ ପ୍ରମୁଖ ଏହି ପ୍ରତିଷ୍ଠା ଦିବସରେ ଯୋଗଦେଇଛନ୍ତି । ତେବେ ଆସନ୍ତୁ ଶପଥ ନେବା, ମୋର ଆପଣମାନଙ୍କର ଏବଂ ଆମ ସମସ୍ତଙ୍କର ପ୍ରିୟର ରାଜଧାନୀ ଭୁବନେଶ୍ୱରକୁ ଆହୁରି ଆଲୋକିତ କରିବା ପାଇଁ ଏକାଠି ମିଳିମିଶି ବିକାଶପଥକୁ ଆଗକୁ ନେବା ।