୧୧୨ ମାଧ୍ୟମରେ ସର୍ବନିମ୍ନ ପ୍ରତିକ୍ରିୟା ଦେବା ପାଇଁ ଗୁରୁତ୍ୱାରୋପ

0

ଭୁବନେଶ୍ୱର(ରିପୋର୍ଟସ ଟୁଡେ) ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା ରେ ଡିଜିଟାଲ ମୋଡରେ ଲୋକସେବା ଭବନରୁ ଏକ ସମୀକ୍ଷା ବୈଠକ ଆୟୋଜନ ହୋଇଅଛି । ଏହି ବୈଠକରେ ଜରୁରୀକାଳୀନ ସେବା ନମ୍ବର ୧୧୨କୁ କାର୍ଯ୍ୟକ୍ଷମ କରିବା ଦିଗରେ ସମିକ୍ଷା ବୈଠକ ହୋଇଥିଲା । ଏଥିରେ ଅତିରିକ୍ତ ଗୃହ ସଚିବ ସଞ୍ଜିବ ଚୋପ୍ରା କାର୍ଯ୍ୟକାରିତା ଉପରେ ବର୍ଣ୍ଣନା କରିଥିଲେ ।
ରାଜ୍ୟରେ କଲ୍ ଗ୍ରହଣ ଓ ସେବା ପାଇବା ମଧ୍ୟରେ ସମୟର ବ୍ୟବଧାନକୁ କମ କରିବା ସହିତ ଭିନ୍ନ ଭିନ୍ନ ଜରୁରୀକାଳୀନ ସେବା ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡୁଥିଲା । ପୋଲିସ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ପାଇଁ ୧୦୮, ଜନନୀ ଏକ୍ସପ୍ରେସ ପାଇଁ ୧୦୨, ଅଗ୍ନିଶମ ପାଇଁ ୧୦୧ ନମ୍ବର ଡାଏଲ କରିବାକୁ ପଡୁଥିଲା । କିନ୍ତୁ ଏବେ ବାସ୍ ଗୋଟିଏ ନମ୍ବର ୧୧୨ ଡାଏଲ କଲେ ୩ ପ୍ରକାର ଜରୁରୀକାଳୀନ ସେବା ମିଳିପାରୁଥିବା ନେଇ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱାରୋପ କରିଥିଲେ ।
ଅଗଷ୍ଟ ୨୦୨୧ରେ ୧୧୨ ରେ କଲ ସଂଖ୍ୟା ୮୭୦୮ ଥିବାବେଳେ ଏଥିଲେ ୭୯୫୭ କଲ ପୋଲିସ ସେବା ଓ ୫୮୫ଟି ଅଗ୍ନିସେବା ପାଇଁ କଲ ପଞ୍ଜିକରଣ ହୋଇଅଛି ।
ଗତ ମାର୍ଚ୍ଚ ୧୯ରେ ଡାଏଲ ୧୧୨ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜରୁରୀକାଳୀନ ସହାୟତା ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବା ପରିବର୍ତ୍ତେ ଏହି ଗୋଟିଏ ନମ୍ବର ଡାଏଲ କଲେ ୩ ପ୍ରକାର ସୁବିଧା ମିଳିବ ବୋଲି ନବୀନ କହିଥିଲେ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ବାସ୍ ଜନସାଧାରଣଙ୍କୁ ୧୧୨ ନମ୍ବର ଡାଏଲ କରିବାକୁ ପଡିବ ।