Reporters Today
  • Home
  • ଓଡିଶା
  • ଆଇଟିଆଇ ବ୍ରହ୍ମପୁର ବିଜୁ ବାବୁଙ୍କ ୩ଡି ଗ୍ରାଫିକ୍ସ ମୂର୍ତ୍ତି ତିଆରି କରି ପ୍ରଶଂସିତ ହେଲେ ଛାତ୍ରଛାତ୍ରୀ
ଓଡିଶା

ଆଇଟିଆଇ ବ୍ରହ୍ମପୁର ବିଜୁ ବାବୁଙ୍କ ୩ଡି ଗ୍ରାଫିକ୍ସ ମୂର୍ତ୍ତି ତିଆରି କରି ପ୍ରଶଂସିତ ହେଲେ ଛାତ୍ରଛାତ୍ରୀ

ଗଞ୍ଜାମ /ହରପ୍ରସାଦ ବିଷୋୟୀ: ୩ଡି ଗ୍ରାଫିକ୍ସ ସ୍କଲପଚର ଏକ ନୂଆ କୌଶଳ ଆଣିଦେଇଛି। ଆଉ ଏହି ନୂତନ ଟେକ୍ନୋଲୋଜିକୁ ଆଇଟିଆଇ ବ୍ରହ୍ମପୁର ବିକଶିତ କରିଛି। ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରିନ୍ସିପାଲ ଡଃ ରଜତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବିଜୁ ପଟ୍ଟନାୟକଙ୍କ ୩ଡି ମୂର୍ତ୍ତି ଆର୍ଟ ପ୍ରସ୍ତୁତ କରିଛନ୍ତି ଜ୍ଝଏହି ମୂର୍ତ୍ତିଗୁଡ଼ିକୁ ଯେଉଁ ସମୟରେ ଆଉ ଯେତେବେଳେ ଆବଶ୍ୟକ ନେବା ଆଣିବା କରି ହେବ । ଏହାକୁ ତିଆରି ପାଇଁ ଅଳ୍ପ ଖର୍ଚ୍ଚ ସହ ସ୍କ୍ରାପ୍ ମେଟାଲ ସିଟ୍ ଆବଶ୍ୟକ ହୋଇଥାଏ । ଆଇଟିଆଇ ବ୍ରହ୍ମପୁରର ଏହି ସ୍ୱତନ୍ତ୍ର ପ୍ରୟାସରେ ପ୍ରିନ୍ସିପାଲ ଡଃ ପାଣିଗ୍ରାହୀ କହିଛନ୍ତି ଏହା କମ୍ପ୍ୟୁଟର ଗ୍ରାଫିକ୍ସ, ୱେଲଡିଂ, ଗ୍ରାଇଣ୍ଡିଂ, କଟିଙ୍ଗ, ପେଣ୍ଟିଂ କୌଶଳ ଉପରେ ଦକ୍ଷତା ବିକାଶର ଏକ ନୂତନ ଯୁଗକୁ ଦର୍ଶାଉଛି । ଏହା ସହ ଏହି ନୂତନ କୌଶଳ କ୍ଷେତ୍ରରେ ଅନେକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହେବ ।ଏହି ଅନୁଷ୍ଠାନ ନିଜର ଏହି ପ୍ରଥମ ୩ଡି ମୂର୍ତ୍ତି ଆର୍ଟକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତାଙ୍କର ୧୦୫ତମ ଜନ୍ମ ଜୟନ୍ତୀରେ ଉତ୍ସର୍ଗ କରାଯାଇଛି।

 

Related posts

ରେଳ ଇ-ଟିକେଟ କାଟୁଥିବା ବ୍ୟକ୍ତି ଗିରଫ

Report

ନୂଆପଡାକୁ ପଶି ଆସିଲେ ୨୮ଟି ହାତୀପଲ

Report

ଖୋଲିଲା ଶିମିଳିପାଳ

Report

Leave a Comment