ଜିନ୍ସ ପିନ୍ଧିବା ହେଲା କାଳ

0

ଲକ୍ଷ୍ନୌ: ନାବାଳିକା ଝିଅ ଜିନ୍ ପିନ୍ଧିଲା ବୋଲି ପିଟିପିଟି ମାରିଦେଲେ ଦାଦା ଓ ଜେଜେ। ଗୁରୁବାର ଏମିତି ଘଟଣା ଶୁଣିବାକୁ ମିଳିଛି ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲା ମୌଦୀହ ପୁଲିସ ଷ୍ଟେସନ ଅଞ୍ଚଳରୁ।ଖବର ଅନୁସାରେ, ୧୭ ବର୍ଷୀୟା ନାବାଳିକା ଝିଅ ବାପାଙ୍କ ସହିତ ଲୁଧିଆନାରେ ରହୁଥିଲେ। କିଛିଦିନ ପାଇଁ ଗାଁ ବୁଲିବାକୁ ଆସିଥିଲେ। ଲୁଧିଆନାରୁ ଫେରିଲା ବେଳେ ସେ ଜିନ୍ର ଟପ୍ ଏହଂ ଟ୍ରାଉଜର ପିନ୍ଧିଥିଲେ। ଯାହା ଝିଅର ଜେଜେ ଓ ଦାଦାଙ୍କୁ ଆଦୌ ପସନ୍ଦ ଆସିନଥିଲା। ସେ ଝିଅ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଆଉ ଏହା ନପିନ୍ଧିବାକୁ କହିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସମ୍ପୀୟମାନେ ଝିଅକୁ ବାରମ୍ବାର କହିବା ପରେ ସେ କାହା କଥାକୁ ଭୃକ୍ଷେପ କରିନଥିଲେ।ଗତ ସୋମବାର ଝିଅଟି ପୁଣିଥରେ ଜିନ୍ ପିନ୍ଧି ବାହାରିବାରୁ ଝିଅର ଦାଦା ଓ ଜେଜେ ଏଭଳି ପୋଷାକ ନପିନ୍ଧିବାକୁ ଚେତାବନୀ ଦେଇଥିଲେ। ହେଲେ ଗୁରୁବାର ଝିଅ ପୁଣି ସେହି ପୋଷାକପିନ୍ଧିବାରୁ ଏଥିରେ କ୍ଷୁବ୍ଧ ହୋଇ ଝିଅକୁ ନୃଶଂସ ଭଳି ବାଡ଼େଇ ଥିଲେ ଦାଦା ଓ ଜେଜେ।ଉଭୟଙ୍କ ମାଡ଼ରେ ଝିଅଟି ଗୁରୁତର ହୋଇଯିବାରୁ ବାପ ପୁଅ ତାକୁ ଏକ ଅଟୋର ତାକୁ ହସ୍ପିଟାଲ ନେଉଥିଲେ। ହେଲେ ଡାକ୍ତରଖାନା ଯିବା ବାଟରେ ହିଁ ଝିଅଟିର ମୃତ୍ୟୁ ହୋଇଯାଇଥିଲା।
ମୃତ୍ୟୁ ପରେ ବାପା ପୁଅ ଡରିଯାଇ ନାବାଳିକର ଶବକୁ ଅଟୋ ଡ୍ରାଇଭର ସାହାଯ୍ୟରେ ପୋଲ ଉପରୁ ଫିଙ୍ଗି ଦେବା ବେଳେ ଶବଟି ସେଠାରେ ଅଟକି ରହିଥିଲା। ପରେ ଖବର ପାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ଝିଅର ମାମୁ ଜେଜେ ଓ ଦାଦା ସମେତ ୪ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ମାମଲାରେ ଏପର୍ୟ୍ୟନ୍ତ ଝିଅର ଜେଜେ ଓ ଅଟୋ ଡ୍ରାଇଭର ଗିରଫ ହୋଇଥିବା ବେଳେ ପୁଲିସ ଅନ୍ୟମାନଙ୍କୁ ଖୋଜୁଛି।