ସ୍ୱଚ୍ଛତାର ବ।ର୍ତ୍ତା ଦେଇ ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ଯାଯାବର

0

ଭୁବନେଶ୍ୱର: (ସରୋଜ ରାଉତ):- ସ୍ୱଚ୍ଛତାର ବ।ର୍ତ୍ତା ଦେଇ ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ଯାଯାବର । ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସାମ୍ବାଦିକ ଭାଇ ଓ ଭଉଣୀ । ତେବେ ବନ୍ଧୁତ୍ୱ ଦିବସ ଅବସରରେ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବ।ର୍ତ୍ତା ଦେଇଛନ୍ତି ଏହି ସଂଗଠନର ସଦସ୍ୟ । ଭୁବନେଶ୍ୱର ଖଣ୍ଡଗିରି ବସଷ୍ଟାଣ୍ଡ ପରିସରକୁ ସଫା କରିବା ସହିତ ରାସ୍ତାକଡରେ ବୃକ୍ଷରୋପଣ ମଧ୍ୟ କରିଛନ୍ତି ।

ତେବେ ଯାଯାବର ସେଚ୍ଛାସେବୀ ସଂଗଠନର ସଦସ୍ୟ ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ଉହି ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ଖାଲି ସେତିକି ଏହି ପ୍ରୟାସରେ ସମସ୍ତେ ଯୋଡି ହେବାକୁ ଆହ୍ୱାନ ଦେଇଛନ୍ତି ଯାଯାବର ସଂଗଠନର ସଦସ୍ୟ । ତେବେ ଆଗମୀ ଦିନରେ ସଂଗଠନ ତରଫରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ମୁକେଶ ପରିଡାଙ୍କ ନେତୃତ୍ବରେ ସଦସ୍ୟ ମନୋରଞ୍ଜନ ମହାନ୍ତି, ସ୍ମୃତି ରଞ୍ଜନ ବିଶ୍ବାଳ, ସତ୍ୟଜିତ୍ ରାଉତ, ଦିଲ୍ଲିପ ରାଉତ, ସସ୍ମିତା ମଲ୍ଲ, ପ୍ରିୟଦର୍ଶିନୀ ସାହୁ, ସତ୍ୟାନନ୍ଦ ନାୟକ, ନଳିନୀ ରାଉତ, ସମ୍ବିତ ବେହେରା, ଅନିଲକାନ୍ତ ଦାସ, ଶ୍ରୀରାମ ମହାନ୍ତି, ଅରୂପାନନ୍ଦ ବାରିକ ପ୍ରମୁଖ ଯୋଗଦେଇଥିଲେ।