ଜାକି ରାକୁଲଙ୍କ ପ୍ରେମ ଚର୍ଚ୍ଚା

0

ମୁମ୍ବାଇ: ହିନ୍ଦୀ ବାରିଷ ଗୀତ ସାମ୍ନାକୁ ଆସିଲେ ରକୁଲ ପ୍ରୀତଙ୍କ ମୁହଁ ଆଖି ଆଗକୁ ଆସେ ଭାରି । ସେ ଅକ୍ଟିଙ୍ଗ ସାଙ୍ଗକୁ ଡ୍ୟାନ୍ସ ଓ ସୁପର ମଡେଲିଙ୍ଗ ପାଇଁ ସୁପରିଚତ ଓ ତାଙ୍କ ଫଲୋର୍ସ ସଂଖ୍ୟା ମଧ୍ୟ ଅଧିକ । ଗତ କିଛିଦିନ ହେବ ବଲିଉଡରେ ନାମ ରୋଶନ କରିବାରେ ଲାଗିଛନ୍ତି ରାକୁଲ । ଆଗକୁ ଆସୁଥିବା ଡକ୍ଟର ଜି ମୁଭିରେ ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଦେଖିବାକୁ ମିଳିବ । ତେବେ ରାକୁଲଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ ।

ଦୀର୍ଘ କିଛି ସମୟ ଧରି ଜ୍ୟାକ ଭଗନାନୀଙ୍କ ସହ ରିଲେସନସିପରେ ଅଛନ୍ତିରାକୁଲ । ପ୍ରାୟତଃ ତାଙ୍କୁ ଏକାଠି ଦେଖିବାକୁ ମିଳୁଛି ସବୁଜାଗାରେ । ହେଲେ ବାହାଘର କଥା କହି ନାହାନ୍ତି ନାୟିକା ଜଣକ । ତେବେ ରାକୁଲଙ୍କ ଭାଇ ସେ ୨ଯୋଡିଙ୍କ ବାହାଘର କଥା ସୂଚନା ଦେଇଛନ୍ତି । ୨୦୨୩ ମସିହାରେ ଏହି କପଲଙ୍କ ବାହାଘର ହେବାକୁ ପ୍ଲାନିଙ୍ଗ ଚାଲିଛି ।

ବହୁଦିନ ଠାରୁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାରେ ଲାଗିଛନ୍ତି । ରିଲେସନସିପ ର ପାଦ ଆଗକୁ ନେବାରେ ଲାଗିଛନ୍ତି । ଏନେଇ ରାକୁଲଙ୍କ ଭାଇ ମଧ୍ୟ ସମର୍ଥନ କରୁଛନ୍ତି । ଅଭିନେତ୍ରୀଙ୍କ ଭାଇ ଅମାନ ମତ ଦେଇଛନ୍ତି, ରାକୁଲ ଓ ଜ୍ୟାକି ବହୁ ପ୍ରୋଜେକ୍ଟ ଏକଠି କରିଛନ୍ତି, ପରସ୍ପରକୁ ଭଲ ବି ପାଇଛନ୍ତି ଏବଂ ବାହା ହେବାପାଇଁ ମଧ୍ୟ ଚାହୁଁଛନ୍ତି । ବିବାହ ପାଇଁ ସେମାନେ ଭାବିଚିନ୍ତି ସମୟ ତାରିଖ ନିର୍ଦ୍ଦାରଣ କରିବେ । ଏକଥା ରାକୁଲ ନିଜେ ଆପଣମାନଙ୍କୁ ଜଣାଇବ । ତେବେ ସେହି ଖବର ପର୍ଯ୍ୟନ୍ତ ଆପଣମାନେ ତାଙ୍କୁ ଭଲପାଇବା ଦେଉଥାନ୍ତୁ ।