କନ୍ନଡ଼ ଫିଲ୍ମରେ ନଜର ଆସିବେ ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍
ଖୁବ୍ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ । ବହୁଭାଷୀ ଫିଲ୍ମ ‘ବିକ୍ରାନ୍ତ ରଣା’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ । ଫିଲ୍ମରେ ତାଙ୍କର ଏକ ଛୋଟ ଭୂମିକା ରହିଛି, ଯାହାର ସୁଟିଂ ସେ ନିକଟରେ ଶେଷ କରିଛନ୍ତି ।
(ମୁମ୍ବାଇ) : ଖୁବ୍ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ । ବହୁଭାଷୀ ଫିଲ୍ମ ‘ବିକ୍ରାନ୍ତ ରଣା’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ । ଫିଲ୍ମରେ ତାଙ୍କର ଏକ ଛୋଟ ଭୂମିକା ରହିଛି, ଯାହାର ସୁଟିଂ ସେ ନିକଟରେ ଶେଷ କରିଛନ୍ତି । ଫିଲ୍ମରେ ଏକ ସ୍ୱତନ୍ତ୍ର ଗୀତ ସାମିଲ କରାଯାଇଛି, ଯାହାର ସୁଟିଂ ବେଙ୍ଗାଲୁରୁରେ ଶେଷ ହୋଇଛି ।
ଫିଲ୍ମ ବିଷୟରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଜ୍ୟାକି କହିଛନ୍ତି ‘ମୁଁ କେବଳ ଏତିକି କହିପାରିବି ଯେ ଏଇଟି ଏକ ଅତି ସୁନ୍ଦର ଭୂମିକା । କାହାଣୀର ଗତିଶୀଳତାକୁ ମୋ ଚରିତ୍ର ଏକ ନୂଆ ଦିଗ ପ୍ରଦାନ କରିଛି । ସୁଦୀପ ସାର୍ ଜଣେ ଚମତ୍କାର କଳାକାର । ତାଙ୍କ ସହ ସ୍କ୍ରିନ୍ ଶେୟାର କରିବାର ସୁଯୋଗ ସବୁଦିନ ମିଳେ ନାହିଁ ।’ ଜ୍ୟାକି ପ୍ରଥମେ ନିଜ ଚରିତ୍ର ବିଷୟରେ ଭଲଭାବେ ବୁଝିଲେ । ତା’ପରେ ଖୁସି ଖୁସି ପ୍ରୋଜେକ୍ଟ ସାଇନ୍ କଲେ । ଫିଲ୍ମର ଏକ ଜଟିଳ ମୁହୂର୍ତ୍ତରେ ତାଙ୍କ ଚରିତ୍ରର ଏଣ୍ଟ୍ର ହୋଇଛି । ତାଙ୍କ ଝଲକ୍ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବାରେ ବେଶ ପାରଙ୍ଗମ ବୋଲି ପ୍ରଯୋଜକ ଜ୍ୟାକ୍ କହିଛନ୍ତି । ଫିଲ୍ମରେ ତାଙ୍କ ଭୂମିକାକୁ ନେଇ ବେଶି କିଛି ଖୁଲାସା କରାଯାଇନାହିଁ ।