ଓଡିଶା

ଜଗାକାଳିଆଙ୍କ ପାଇଁ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ୫ ଜଣିଆ ଡାକ୍ତରୀ ଟିମ ଯିବେ ଦିଲ୍ଲୀ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : କନ୍ଧମାଳ ଯୋଡାମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ତେବେ ସେମାନଙ୍କୁ ଓଡିଶା ଆଣି ଭୁବନେଶ୍ୱରସ୍ଥିତ ଏମସରେ  ଚିକିତ୍ସା କରାଯିବା ନେଇ ଆଲୋଚନା କରାଯାଉଛି । ସ୍ଥିତି ଅନୁଧାନ ପାଇଁ ଆସନ୍ତକାଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ୫ ଜଣିଆ ଡାକ୍କତରୀ ଟିମ ନୂଆଦିଲ୍ଲୀ ଗସ୍ତ କରିବାର ସୂଚନା ରହିଛି । ସେଠାରେ ସେ ଜଗା କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏମସ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ୫ ଜଣିଆ ଡାକ୍ତରି ଟିମରେ ରହିଛନ୍ତି ଏସସିବି ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡ. ସଞ୍ଜୟ ମିଶ୍ର , କଟକ ଏସଭିପିପିଜିଆଇପିର ସୁପରିଣ୍ଟେଡେଣ୍ଟ ପ୍ରଫେସର ସରୋଜ ଶତପଥୀ , ଭୁବନେଶ୍ୱର ଏମସର ମେଡିନ୍ର ଆସିଷ୍ଟାଣ୍ଟ ପ୍ରଫେସର ଡ. ରଶ୍ମୀ ରଞ୍ଜନ ମହାନ୍ତି , ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ପୃଥ୍ୱୀରାଜ ସିଂହ ଓ ଏସସିବିର ସର୍ଜରୀ ବିଭାଗର ପ୍ରଫେସର ଡ. ଗଜମୋହନ ମିଶ୍ର ।

Related posts

ହେରିଟେଜ କରିଡ଼ର ପ୍ଲାନ ବୈଠକକୁ ବର୍ଜନ କଲେ ସେବାୟତ

Report

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

Report

ଖୁବ ଶିଘ୍ର ରାଜ୍ୟରେ ଚାଲିବ ବସ

Report

Leave a Comment