ଟ୍ରୋଲ ପାଇଁ ବାଟ ଫିଟାଇଲେ ଜାଗୃତି

0

ଭୁବନେଶ୍ୱର/ସୁର୍ଜିତ ଧଳ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ହସିବା ଶିଖାଇଥିବା ତାଙ୍କ ଅନ୍ତରଙ୍ଗ ବାନ୍ଧବୀ ଜାଗୃତି ଶୁକ୍ଳା ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଥିବାକୁ ନେଇ ମୁହଁ ଖୋଲିଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯିବା ସହ ତାଙ୍କ ପ୍ରତି ଅଶ୍ଳୀଳ ଭାଷାର ପ୍ରୟୋଗ କରାଯାଉଥିବା ଓ ତାଙ୍କ ଚରିତ୍ର ସଂହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି । ସେ କେନ୍ଦ୍ର ସୂଚନା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପିଆଇବିକୁ ମଧ୍ୟ ତାଙ୍କ ପୋଷ୍ଟରେ ଟ୍ୟାଗ କରିଛନ୍ତି । ତାଙ୍କୁ ସମାଲୋଚନା କରିଥିବା ବ୍ୟକ୍ତିବିଶେଷଙ୍କ ନାମରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜାଗୃତି ଦାବି କରିଛନ୍ତି । ତେବେ କାହିଁକି? ଏପରି କରି ଜାଗୃତି ହୁଇସିଲ ମାରି କିଳାକୁ ନିମନ୍ତ୍ରଣ କରିଥିବା କୁହାଯାଉଛି । ପରୋକ୍ଷରେ ଜାଗୃତି ନିଜକୁ ବର୍ଷାଙ୍କ ପ୍ରତିଦ୍ୱନ୍ଦ୍ୱି ଭାବେ ଉପସ୍ଥାପନ କରିଥିବାକୁ ନେଇ ଚର୍ଚ୍ଚା ହେଉଛି ।

କାରଣ, ଏପର୍ଯ୍ୟନ୍ତ ଜାଗୃତିଙ୍କୁ ପ୍ରତ୍ୟକ୍ଷ ଭାବେ କେହି କୌଣସି କ୍ଷେତ୍ରରେ ସମାଲୋଚନା କରି ନ ଥିଲେ । ସମାଲୋଚନା କରାଯାଉଥିଲା ସମ୍ମାନୀୟ ସାଂସଦ ମହୋଦୟଙ୍କୁ । ମାନ୍ୟବର ସାଂସଦଙ୍କ ବଡବୋଲାପଣକୁ ନେଇ ତାଙ୍କୁ ରାଜ୍ୟବାସୀ ସମାଲୋଚନା କରିଆସିଛନ୍ତି । ପତ୍ନୀ ବର୍ଷାଙ୍କ ସହ ମନାନ୍ତର ପରେ ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ, ନିଜ ଶୟନ କକ୍ଷର ଗୁପ୍ତ ବ୍ୟାପାରକୁ ଯେଉଁଭାବେ ସୋସିଆଲ ମିଡିଆରେ ପ୍ରକାଶ କଲେ ତାକୁ ନେଇ ତାଙ୍କୁ ସମାଲୋଚନା କରାଯିବ ନାହିଁ ତ ଆଉ କଣ କରାଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ ମାନ୍ୟବର ତାଙ୍କ ସାମ୍ବାଦିକା ବନ୍ଧୁଙ୍କ ସହ ତାଙ୍କ ଫଟୋ ସବୁ ସେୟାର କରିଚାଲିଥିଲେ, ଯାହା ବିବାହ ବିଚ୍ଛେଦକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏକ ନୂଆ ଖିଅ ଦେଇଥିଲା । ଏହା ପରେ ଜାଗୃତି ହିଁ ବର୍ଷା ଓ ଅନୁଭବଙ୍କ ଘର ଭାଙ୍ଗିବାର କାରଣ ଭାବେ ଲୋକେ ଚର୍ଚ୍ଚା କଲେ ।
ଏତେ ସବୁ ସମାଲୋଚନାରୁ କିଛି ଶିକ୍ଷା ଗ୍ରହଣ କଲେ ନାହିଁ ମାନ୍ୟବର ସାଂସଦ କି ଜାଗୃତି । ବରଂ ଏହି ଚର୍ଚ୍ଚାର ନିଆଁରେ ସେ ବାରମ୍ବାର ଜାଗୃତିଙ୍କ ବିଭିନ୍ନ ଫଟୋ ସେୟାର କରି ଘିଅ ଢାଳୁଥିଲେ । ଆଉ ଜାଗୃତି ମଧ୍ୟ ଚୁପ ଚାପ ସବୁ ଦେଖୁଥିଲେ । ଅନୁଭବ ବାରମ୍ବାର ଜାଗୃତିଙ୍କୁ ତାଙ୍କର ଜଣେ ଭଲ ବାନ୍ଧବୀ, ସେ ଦୁଃଖ ସାଗରରେ ବୁଡି ରହିଥିବା ବେଳେ ତାଙ୍କ ହାତ ଧରି କୂଳରେ ଲଗାଇଥିଲେ, ତାଙ୍କୁ ହସିବା ଶିଖାଇଥିଲେ ଆଦି କେତେ କଣ ଉପସ୍ଥାପନ କଲେ । ସେତେବେଳେ ଯଦି ଜାଗୃତି ଅନୁଭବଙ୍କୁ ଏପରି ନ କରିବାକୁ କହିଥାନ୍ତେ, ହୁଏତ ଆଜି ଏପରି ଦିନ ଦେଖିବାକୁ ମିଳିନଥାନ୍ତା । କିନ୍ତୁ ଜାଗୃତି ସବୁ ଦେଖି ମଜା ନେଉଥିଲେ । ଆଜି କାହିଁ ବିଳିବିଳଉଛନ୍ତି?

ଲୋକସଭା ଚ୍ୟାନେଲର ସାମ୍ବାଦିକାଙ୍କର ଆଜିପର୍ଯ୍ୟନ୍ତ ଅନ୍ୟ କୌଣସି ସାଂସଦଙ୍କ ସହ ବୃତ୍ତିଗତ ସମ୍ପର୍କ କାହିଁ ଦେଖବାକୁ ମିଳି ନାହିଁ, କି ଜାଗୃତି ମଧ୍ୟ ଅନ୍ୟ ସାଂସଦଙ୍କୁ ଅନୁଭବଙ୍କୁ ଦେଇଥିବା ସାର୍ଟିଫିକେଟ ଦେଇ ନ ନାହାନ୍ତି । ଅଥଚ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚାରେ ଥିବା ଏହି ଯୁବ ସାଂସଦଙ୍କ ମଧ୍ୟରେ ଏମିତି କଣ ଦେଖିଲେ କି ତାଙ୍କୁ ଭଦ୍ର, ଅମାୟିକ ଇତ୍ୟାଦି ଇତ୍ୟାଦି ଲେଖିଥିଲେ, ଯାହାଙ୍କୁ ତାଙ୍କ ପତ୍ନୀଙ୍କ ସହ ଏକାଧିକ ସହ ଅଭିନେତ୍ରୀ ଚରିତ୍ରହୀନର ସର୍ଟିଫିକେଟ ଦେଇଛନ୍ତି । ଯେଉଁ ବ୍ୟକ୍ତି ତାଙ୍କ ରଙ୍ଗିନ ମିଜାଜ ପାଇଁ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛନ୍ତି, ତାଙ୍କର ଏମିତି କଣ ଦେଖିଲେ କି ସାମ୍ବାଦିକା ମହାଶୟା ତାଙ୍କର ଏତେ ନିକଟତର ହୋଇଗଲେ? ତେବେ ଏସବୁ ଜାଗୃତି ଓ ମାନ୍ୟବରଙ୍କ ବ୍ୟକ୍ତିଗତ ବ୍ୟାପାର । ସେଥିରେ ଆମକୁ କିଛି କହିବାର ନାହିଁ । ଲୋକେ ମାନ୍ୟବରଙ୍କ ବଡବୋଲାପଣ ଓ ମୁଖ୍ୟମନ୍ତ୍ରୀ ତଥା ଦଳକୁ ତେଲ ମାରି ହେଉଥିବା ସମାଲୋଚନା କରୁଥିବା ବେଳେ ଜାଗୃତି କାହିଁ ଏହା ମଧ୍ୟକୁ ଧସେଇ ପଶିଛନ୍ତି?

ଜାଗୃତିଙ୍କ ଏତାଦୃଶ କାର୍ଯ୍ୟକୁ ଦେଖି ଗୋଟିଏ ଓଡିଆ ଢଗ ମନେ ପଡୁଛି, ମନ୍ଦିର ଭିତରେ କିଏ ନା ମୁଁ କଦଳି ଖାଇନି । ଅନୁଭବ ତୁମ ସହ ଫଟୋ ସେୟାର କରୁଥିଲେ, ଯାହାକୁ ନେଇ ଲୋକେ କହୁଥିଲେ । ଏପରି ସମୟରେ ଅନୁଭବଙ୍କୁ ତାଗିଦ ନ କରି ଓଲଟି ବର୍ଷାଙ୍କ ପ୍ରତି ନିଜ ଇର୍ଷା, ଦ୍ୱେଷ ଭାବକୁ ଜାଗୃତି ଉପସ୍ଥାପନ କରି ପରୋକ୍ଷରେ ଅନୁଭବଙ୍କ ସହ ତାଙ୍କ ନିବିଡତା ହିଁ ପ୍ରକାଶ କରୁଛନ୍ତି । ଏପର୍ଯ୍ୟନ୍ତ ବର୍ଷା କେବେ ଜାଗୃତିଙ୍କୁ ନେଇ କିଛି କହି ନାହାନ୍ତି, ଅଥଚ ବର୍ଷାଙ୍କ ନାମ ନେଇ ଲୋକଙ୍କୁ କହିବାକୁ ଜାଗୃତି ଯାହା ବାଟ ଦେଖାଇଛନ୍ତି ବୋଲି ଲୋକେ କୁହାକୁହି ହେଉଛନ୍ତି ।