ତିନି ବର୍ଷ ପାଇଁ ଜେଲ ଗଲେ ଆଜମ ଖାନ

ଅପମାନ ଜନକ ଭାଷଣ ଦେଇ ଜେଲ ଗଲେ ସମାଜବାଦି ପାର୍ଟି ନେତା

0

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ହେଲା ତିନି ବର୍ଷ ଜେଲ ଦଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏବଂ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍ ) ଅଞ୍ଜାନେ କୁମାର ସିଂଙ୍କୁ ଟାର୍ଗେଟ କରି ଅପମାନ ଜନକ ମନ୍ତବ୍ୟ ଦେଇଥିଲେ ଆଜମ ଖାନ । ୨୦୧୯ରେ ଏପରି ମନ୍ତବ୍ୟ ଦେଇଥିଲେ ଆଜମ ।ଏ ନେଇ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଦେବା ସହ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆଜମ ଖାନ ପ୍ରାଧାନମନ୍ତ୍ରୀଙ୍କୁ ର୍ଟାଗେଟ କରି କହିଥିଲେ ଯେ, ଦେଶରେ ଏପରି ପରିବେଶ ସୃଷ୍ଟି କରାଯାଉଛି, ଯେଉଁଥିରେ ମୁସଲିମ ସମ୍ପ୍ରଦାୟର ଲୋକ ବସବାସ କରିବା ଆଗକୁ ସମ୍ପୁର୍ଣ୍ଣ କଷ୍ଟକର ହୋଇଯିବ । ତେବେ ତକ୍ରାଳୀନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଉତ୍ତେଜନାମୂଳକ ଭାଷଣ ପାଇଁ ଖାନଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ମାଜିଷ୍ଟ୍ରେଟ ଆଜମ ଖାନଙ୍କୁ ସୂଚଇଥିଲେ ,ଯେ ଯଦି ଆଜମ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦୁଇ ବର୍ଷ ଜେଲ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଏହା ସହ ତାଙ୍କ ବିଧାୟକ ପଦ ମଧ୍ୟ ଯାଇପାରେ । ବର୍ତ୍ତମାନ ସେହି ମାମଲାର ଶୁଣାଣି ହୋଇଛି ଏବଂ ଆଜମ ଖାନଙ୍କୁ ତିନି ବର୍ଷ ଜେଲ ହୋଇଛି । ସୂଚନାମୁତାବକ, ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୮୭ ଟି ମାମଲା ସମାଜବାଦୀ ପାର୍ଟି ଆଜମ ଖାନରେ ଥିବାର ସୂଚନା ରହିଛି ।