(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ନିଜ ଆତଙ୍କୀ କାର୍ଯ୍ୟକଳାପ ଗୁଡିକୁ ଆହୁରି ମଜବୁତ କରିବା ପାଇଁ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ନିଜର ନାମ ପରିବର୍ତ୍ତନ କରିଦେଇଛି । ଏବେ ଠାରୁ ଏହି ସଂଗଠନ ‘ମଜଲିସ-ବୁରାସା-ଏ-ଶାହୁଦା ଜମ୍ମୁ ୱା କାଶ୍ମୀର’ ନାମରେ ଜଣାଯିବ । ଆତଙ୍କବାଦୀ ମସୁଜ ଅଝରର ସାନ ଭାଇ ମୁଫତି ଅବଦୁଲ ରୌଫ ଅସଗର ଏହି ସଂଗଠନର ନେତୃତ୍ୱ ନେବ ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଏହି ସଂଗଠନ ସହିତ ଜଣେ ନେତା ଆବିଦ ମୁଖତାର ଚଳିତ ବର୍ଷ କାଶ୍ମୀରରେ ଏକ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ସେ ଭାରତ, ଆମେରିକା ଓ ଇସ୍ରାଏଲ ବିରୋଧରେ ଜିହାଦ ଘୋଷଣା କରିଥିଲେ । ମିଳିଥିବା ସୁଚନାନୁସାରେ ଏହି ଆତଙ୍କୀ ସଂଗଠନ ଜମ୍ମୁ-କାଶ୍ମୀରରେ ନିଜ ଆକ୍ରମଣ ଷଡଯନ୍ତ୍ରକୁ ସଫଳ କରିବା ପାଇଁ ପାଖାପାଖି ୩୦ ଜଣ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ପ୍ରସ୍ତୁତ କରୁଛି ।
ମସୁଦ ଆଝାରର ସାନ ଭାଇ ମୁଫତି ପୁଣଥରେ ବାଲାକୋଟରେ ଆତଙ୍କୀ ତାଲିମ କେନ୍ଦ୍ରଗୁଡିକୁ ପୁଣି ସକ୍ରିୟ କରିଥିବା ଶୁଣିବାକୁ ମିଳୁଛି ।