ହାଇୱା ଧକ୍କାରେ ଜଣେ ମୃତ

ହାଇୱା ଧକ୍କାରେ ଜଣେ ମୃତ। ଯାଜପୁର ସଦର ଥାନା ଅଧିନସ୍ଥ ବରମୁଣ୍ଡା ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

0

(ଯାଜପୁର) : ହାଇୱା ଧକ୍କାରେ ଜଣେ ମୃତ। ଯାଜପୁର ସଦର ଥାନା ଅଧିନସ୍ଥ ବରମୁଣ୍ଡା ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ, ସିମିଳିଆ ପଞ୍ଚାୟତ ମିରଜାପୁର ଗାଁର ନାରାୟଣ ପରିଡା(୪୫) ଛକରୁ ଘରକୁ ଫେରୁଥିଲେ। ଏହି ସମୟରେ ଯାଜପୁର ସଦର ଥାନା ଅଧିନସ୍ଥ ବରମୁଣ୍ଡା ଛକରେ ତାଙ୍କ ପଛ ପଟରୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ନାରାୟଣ ପରିଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।