ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର

0

ଜଳେଶ୍ୱର: ଲଗାଣ ବର୍ଷାରେ ବେହାଲ ରାଜ୍ୟବାସୀ । ଏଭଳି ସ୍ଥଳେ ଫୁଲୁଛି ଜଳକା ନଦୀ। ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଟପିଛି। ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବାବେଳେ ଜଳକା ଏବେ ୬.୨୮ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଜଳକା ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ମୋରୋଡା, ରାସଗୋବିନ୍ଦପୁର, ଶୁଲିଆପଦା ଇତ୍ୟାଦି ଅଞ୍ଚଳରେ ବର୍ଷା ହୋଥିବାରୁ ବଢୁଛି ଜଳସ୍ତର।

ଫଳରେ ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡିଆ, ଚକୁରାଇ, ଦରିଡା, ଗଡ଼ିପଦା ଓ ରାଉତପଡା ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଜଳସମ୍ପଦ ବିଭାଗ ମଧ୍ୟ ଦୁର୍ବଳ ନଦୀ ବନ୍ଧ ମରାମତି ପାଇଁ ବାଲି ବସ୍ତା ରଖିଛି।।ପ୍ରଶାସନ ମଧ୍ୟ ସଜାଗ ରହିଛି। କିନ୍ତୁ ଏବେ ଧାନ ରୁଆ କାମ ଚାଲିଥିବାରୁ ଯଦି ବନ୍ୟା ହୁଏ ତେବେ ରୁଆ ଯାଇଥିବା ତଳି ପଚିଯିବାର ଆଶଙ୍କା ରହିଛି ।