ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ଦେହାନ୍ତ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି

0

(ଦିଲ୍ଲୀ) : ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ଦେହାନ୍ତ । ଜଗମୋହନ ୯୪ବର୍ଷ ବୟସରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଜଗମୋହନଜୀଙ୍କ ମୃତ୍ୟୁ ଦେଶ ପାଇଁ ଏକ ବଡ କ୍ଷତି। ସେ ଜଣେ ଉଜ୍ଜ୍ୱଳ ପ୍ରଶାସକ ଏବଂ ବିଖ୍ୟାତ ପଣ୍ଡିତ ଥିଲେ। ସେ ସବୁବେଳେ ଦେଶର ମଙ୍ଗଳ ପାଇଁ କାମ କରୁଥିଲେ। ସେ ଜଣେ ମନ୍ତ୍ରୀ ଭାବେ ମଧ୍ୟ ବହୁତ ଭଲ କାମ କରିଥିଲେ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଦେଶର ଅନେକ ଦିଗ୍ଗଜ ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚନାନୁଯାୟୀ, ଜଗମୋହନ ଦିଲ୍ଲୀର ଲୋକସଭା ସାଂସଦ ରହିଥିଲେ, ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ସେ ନଗର ଉନ୍ନୟନ ମନ୍ତ୍ରଣାଳୟର କାର୍ଯ୍ୟ ଦାୟିତ୍ବ ଗ୍ରହଣ କରିଥିଲେ। ଜଗମୋହନଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।