ଭାରତ

ଜାନୁଆରୀ ୨୬ ଟ୍ରାକ୍ଟର ରାଲିରେ ସାମିଲ ନହେଲେ ଜୋରିମାନା ଭରିବେ ଚାଷୀ

(ଚଣ୍ଡିଗଡ): କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକମାନେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଛନ୍ତି । ଆନ୍ଦୋଳନକୁ ତୀବ୍ର କରିବାକୁ ପୂର୍ବରୁ ଥରେ ଟ୍ରାକ୍ଟର ରାଲି କରିଥିବା ବେଳେ ଆସନ୍ତା ଜାନୁଆରୀ ୨୬ ତାରିଖରେ ପୁଣି ଥରେ ଟ୍ରାକ୍ଟର ରାଲି କରିବାକୁ କୃଷକ ସଂଗଠନଗୁଡିକ ନିଷ୍ପତ୍ତି ନେଇଛନ୍ତି । ତେବେ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା କୃଷକଙ୍କ ଏହି ଟ୍ରାକ୍ଟର ରାଲିରେ ପଞ୍ଜାବର ୨ଟି ଗାଁ ଭୁଲେରହେରୀ ଓ ସଙ୍ଗୁରର ଚାଷୀମାନେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । ତେବେ ଯେଉଁ ଚାଷୀମାନେ ଏହି ଟ୍ରାକ୍ଟର ରାଲିରେ ଯୋଗ ଦେବେନି ସେମାନଙ୍କୁ ୨୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଭାରତୀୟ କିଷାନ ୟୁନିଅନ ପକ୍ଷରୁ କୁହାଯାଇଛି । ଯେଉଁମାନେ ରାଲିରେ ଯୋଗ ଦେବେ ସେମାନେ ଡିଜେଲ ଖର୍ଚ୍ଚ ନିଜେ ହିଁ ବହନ କରିବେ । କୌଣସି କାରଣରୁ ରାଲିରେ ଯୋଗ ଦେଇ ନପାରିଲେ ସେମାନଙ୍କୁ ୧୨୦୦ ଟଙ୍କା ଜୋରିମାନା ଦେବାକୁ ହେବ । କିନ୍ତୁ ଜାଣିଶୁଣି କେହି ଚାଷୀ ରାଲିରେ ସାମିଲ ନହେଲେ ସେମାନଙ୍କୁ ୨୧୦୦ ଟଙ୍କା ଜୋରିମାନା ଭରିବାକୁ ପଡିବ ବୋଲି ଭାରତୀୟ କିଷାନ ୟୁନିଅନ ଚେତାଇ ଦେଇଛି ।

Related posts

ସାର୍କ ସମ୍ମିଳନୀ କୁ ମୋଦୀଙ୍କୁ ନିମନ୍ତ୍ରଣ

Report

ଚାଷୀ,ବ୍ୟବସାୟୀ ଓ ଆତ୍ମନିଯୁକ୍ତି ପାଇଁ ପେନସନ ବ୍ୟବସ୍ଥା

Report

ପୁଣି ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ, ଭାରତ ଦେଲା କଡା ଜବାବ

Report

Leave a Comment