ସରିଗଲା ଜସଲିନଙ୍କ ଅଭିନୟ, ହସ୍ପିଟାଲରୁ ଡ୍ୟାନ୍ସ ଭିଡିଓ ସେୟାର କଲେ

ସରିଗଲା ଅଭିନେତ୍ରୀଙ୍କ ଅଭିନୟ । ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଜସଲିନ୍ ମଥାରୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

0

(ମୁମ୍ବାଇ) : ସରିଗଲା ଅଭିନେତ୍ରୀଙ୍କ ଅଭିନୟ । ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଜସଲିନ୍ ମଥାରୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଜସଲିନଙ୍କ କହିବା ଅନୁଯାୟୀ, ସିଦ୍ଧାର୍ଥଙ୍କ ମୃତ୍ୟୁରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ପ୍ରଥମେ ଜସଲିନ୍ ଡାକ୍ତରଖାନାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ସେ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତରେ ଏକ ଟ୍ରିପ୍‌ ଲାଗିଥିଲା ଏବଂ ସେ ତାଙ୍କ ମୁହଁରୁ ବହୁତ ଦୁଃଖୀ ଜଣାପଡ଼ୁଥିଲେ।

ସୂଚନାନୁଯାୟୀ , ନିକଟରେ ଜସଲିନ୍ ଡାକ୍ତରଖାନାରୁ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଶେରଶାହ ଫିଲ୍ମର ଗୀତରେ ନାଚୁଥିବାର ନଜର ଆସିଛନ୍ତି। ସମସ୍ତ ଦୁଃଖ ତାଙ୍କ ମୁହଁରୁ ଦୂରେଇ ଯାଇଛି । ଭିଡିଓ ସେୟାର କରିବାବେଳେ ଜସଲିନ୍ ଲେଖିଛନ୍ତି – କାରଣ ଏହା ଟ୍ରେଣ୍ଡ ହେଉଛି, ଏହା ବେଷ୍ଟ ଅଟେ, ଯାହା ମୁଁ କରିପାରିବି। ଏହି ଭିଡିଓ ଦେଖିବା ପରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ବହୁତ ରାଗିଛନ୍ତି। ସେ ଜସଲିନ୍ଙ୍କୁ ଟ୍ରୋଲ କରୁଛନ୍ତି, ତାଙ୍କ କହିବାନୁସାରେ, ସେ କେବଳ ଟିଆରପି ପାଇଁ ଦୁଃଖିତ, ତେବେ ସେ ଏପରି ଭିଡିଓ ସେୟାର କରି ନଥାନ୍ତେ ।