ଓଡିଶା

୫୯ ତମ ବନମହୋତ୍ସବ ଅନୁଷ୍ଠିତ

( ଅର୍ଶଦ) : ଆଜି ପ୍ରାଣନାଥ ସ୍ୱୟଂଶାସିତ କଲେଜ ମୈତ୍ରୀଭବନରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । । ୧୯୫୯ ମସିହାରେ ପ୍ରାଣନାଥ ସ୍ୱୟଂଶାସିତ କଲେଜରେ ଏହି ଦିନରେ ପ୍ରଥମେ ଶ୍ରେଣୀ ଗୃହ ବିଦ୍ୟାରମ୍ଭ କରାଯାଇଥିଲା । ସେହି ସମୟରେ ରାଜ୍ୟମନ୍ତ୍ରୀ ମଣ୍ଡଳରେ ଥିବା ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ , ଉପମୁଖ୍ୟମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେବ ଓ ପଦ୍ମଭୂଷଣ ରାଧାନାଥ ରଥ ଉତ୍ସବରେ ଅଭିଭାଷଣ ଦେଇଥିଲେ । ।
ବର୍ତମାନ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ଏସ.ପି ଶ୍ରୀ ଦିପ୍ତ ରଞ୍ଜନ ରାୟ ଯୋଗେ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ସଭାର ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷ ଫ୍ରଫେସର ହେମନ୍ତ କୁମାର ଶତପଥୀ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର , ଉତରଓଡିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷରୋଦ ପ୍ରାସାଦ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତ୍ୟବ ରଖିଥିଲେ । ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି ।

Related posts

ବସରେ କରେଣ୍ଟ ଲାଗିବା ଘଟଣା, ମାମଲା ରୁଜୁ କରି ଖୋଳତାଡ କଲା ଗୋଳନ୍ଥରା ପୋଲିସ

Report

୩୨ ଦାଦନ ଶ୍ରମିକ ଉଦ୍ଧାର

Report

୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା

Report

Leave a Comment