ଧାନ ମଣ୍ଡିରେ ଚାଷୀଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା…

0

ଭୁବନେଶ୍ୱର : ଧାନ ଆଦୌ ବିକ୍ରି ହେଉନାହିଁ । ଧାନର ଏମଏସପି 2040 ଟଙ୍କା । କିନ୍ତୁ ଚାଷୀଙ୍କୁ 1500 ଟଙ୍କାରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ କରାଯାଉଛି । ସରକାର ମିଲର ମାନଙ୍କର ଏଜେଣ୍ଟ ସାଜିଛି । ଧାନ ବସ୍ତାରୁ 5 କେଜି ପର୍ଯ୍ୟନ୍ତ କଟିନୀ ଛଟନୀ ପରେ ଡ଼ଷ୍ଟ, ମୋଏସ୍ଚର, ଏଫଏକ୍ୟୁ ମାନ ଆଳରେ ଚାଷୀଙ୍କ ଧାନ କଟା ଯାଉଛି । ତାପରେ ବି ଚାଷୀଙ୍କ ଠାରୁ କମ ଦାମରେ ଧାନ କିଣାଯାଉଛି । ଏ ସରକାର ଏକ ମୁକ ବଧିର ସରକାର । ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ତାଙ୍କୁ ଶୁଣାଯାଉନାହିଁ । ଏ ସରକାରକୁ ଜାଗ୍ରତ କରିବାକୁ ପଡ଼ିବ ।