(ଜୟପୁର) : ବଜାରରେ ବଡ ଧରଣର ଅଗ୍ନିକାଣ୍ଡ। ଜୟପୁର ବିଦ୍ୟାଧର ବଜାରରେ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ପରିବା ବଜାର ସମ୍ପୂର୍ଣ୍ଣ ପୋଡି ଛାରଖାର ହୋଇ ଯାଇଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା।
ସୂଚନାନୁଯାୟୀ ,ସେତେବେଳକୁ ପରିବା ମାର୍କେଟ ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇ ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହି ଅଗ୍ନିକାଣ୍ଡ ଯୋଗୁଁ ୪୦ ରୁ ୫୦ ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଛି। ଅନେକ ପରିବା ନିଆଁରେ ପୋଡି ନଷ୍ଟ ହୋଇଯାଇଥିବା ଯୋଗୁଁ ତୁରନ୍ତ ସରକାରୀ ସହାୟତା ଦାବି କରିଛନ୍ତି ବ୍ୟବସାୟୀ।