ମାତ୍ର ୧୫ ହଜାର ଟଙ୍କାରେ ମିଳିବ ଲାପଟପ୍ ଏହି ଲାପଟପ୍ କ୍ୟାରି କରିହେବ ୪ଜି ସିମ୍ । ଏହି ପ୍ରୋଜେକ୍ଟ ଉପରେ କାମ କରୁଛି ଦେଶର ନାମି ଦାମି କମ୍ପାନୀ ଜିଓ ରିଲାଏନ୍ସ । ଏହି ଲାପଟପ୍ ର ନାଁ ଜିଓବୁକ୍ ରଖାଯାଇଛି । ଏଥିରେ କ୍ୱାଲ୍କମ୍ର ପ୍ରୋସେସର ଓ ମାଇକ୍ରୋସଫ୍ଟର ୱିଣ୍ଡୋ ଅପରେଟିଂ ସିଷ୍ଟମ୍ ରହିବ । ହଁ ଆପଣ ଏଥିରେ ଜିଓ ଆପ୍ କୁ ବି ବ୍ୟବହାର କରିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଲାପ୍ଟପ୍ ଗୁପଡିକ ବିଭିନ୍ନ ସ୍କୁଲ ଓ ସରକାରୀ ପ୍ରତିଷ୍ଠାନକୁ ଯୋଗାଇ ଦିଆଯିବ । ଏହା ପରେ ବଜାରକୁ ଆସିବ । ଏହି ଲାପ୍ଟପ୍ ସୁଲଭ ମୂଲ୍ୟରେ ମିଳିଥିବାରୁ ଛାତ୍ର,ଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ବେଶ ସହାୟକ ହେବ । ଏବଂ ଏହାର ଚାହିଦା ବି ବଢିବ । ଏହା ପରେ କମ୍ପାନୀ ୫ଜି ଲ୍ୟାପ୍ଟପ୍ ଉପରେ ମଧ୍ୟ ବିକାଶ କରିବ ।