ନୂଆବର୍ଷ ପାଇଁ ଜିଓର ଭେଟି,ଗ୍ରାହକଙ୍କୁ ମିଳିବ ଏସବୁ ସୁବିଧା …

(ମମତା ସାମଲ): ଜିଓ ଗ୍ରାହକମାନଙ୍କ ପାଇଁ ଆଣିଛି ଧମାକେଦାର ଅଫର । ରିଲିୟାନ୍ସ ଜିଓ ପୁଣି ଥରେ ଭଏସ କଲ ମାଗଣା କରିବାକୁ ଯାଉଛି । ଜାନୁୟାରୀ ୧ରୁ ମାଗଣାରେ ସମସ୍ତ ଫୋନକୁ ଭଏସ କଲ କରିବାର ସୁବିଧା ପାଇବେ । ଆଉ ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ ବା ଆଇୟୁସି ଚାର୍ଜ ଦେବାକୁ ପଡିବ ନାହିଁ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । ତେବେ ସେପ୍ଟେମ୍ବରରୁ କମ୍ପାନୀ ଜିଓରୁ ଅନ୍ୟ ଏକ ନମ୍ବରକୁ କଲ କରିବା ପାଇଁ ଟଙ୍କା ନେବା ଆରମ୍ଭ କରିଥିଲା ।