ରାଜନୀତି

ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ସାମିଲ

(ଭୁବନେଶ୍ୱର): ବିଜେପିକୁ ପୁଣି ଫେରିଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଆଜି ବାଲେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବାଲେଶ୍ୱର ଉପନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ । ପୂର୍ବରୁ ଜୀବନ ବିଜେପିରୁ ଆସି ବିଜେଡିରେ ମିଶିଥିଲେ । ଏବେ ପୁଣି ବିଜେପିକୁ ଫେରିଛନ୍ତି । ଏହାକୁ ତାଙ୍କର ଘରବାହୁଡା କୁହାଯାଉଛି । ଆଗାମୀ ମ୍ୟୁନିସିପାଲଟି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ଦଳରେ ସାମିଲ କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଆସନରୁ ୨୦୦୯ ଓ ୨୦୧୪ରେ ଜୀବନ ପ୍ରଦୀପ ଦାସ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରିନଥିଲେ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଯୋଗୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଜୀବନ ଲବି କରିଥିଲେ । କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିବା ଅଭିଯୋଗ ହୋଇଥିଲା । ଫଳରେ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

Related posts

କଂଗ୍ରେସ ଛାଡିବେ ସୁରିଆ ରାଓ

Report

ଆଜି ନାମାଙ୍କନ ଭରିବେ ତିନି ହେଭିୱେଟ ନେତା

Report

କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

Report

Leave a Comment