ଜନସନ ଆଣ୍ଡ ଜନସନ ଟୀକାକୁ ରେଡ ସିଗନାଲ ।

0

ୱାଶିଂଟନ: ବଢୁଛି କୋରୋନା ମହାମାରୀର ପ୍ରକୋପ । ସେପଟେ ଟୀକାକରଣରେ ମଧ୍ୟ ଦେଖା ଦେଉଛି ଅବହେଳା । ହିତାଧିକାରୀଙ୍କ ସଂଖ୍ୟାଂଠାରୁ ଟୀକା ପରିମାଣ କମ ରହୁଥିବାରୁ ଟୀକାକରଣ ବ୍ୟବସ୍ଥା ସଠିକ ଭାବରେ ଚାଲି ପାରୁନି । ଏହି ସମୟରେ ଟୀକାକୁ ନେଇ ଆସିଛି ଏମିତି ଏକ ଖବର ଯାହା ଦେଶବାସୀଙ୍କ ଆଚମ୍ବିତ କରିଦେବ । ଜନସନ ଆଣ୍ଡ ଜନସନ ଦ୍ୱାରା ପ୍ରସ୍ତୁତ ହେଉଥିବା ଜେନିସିନ ଟୀକା ଉପରେ ସାମୟିକ ଭାବେ ରୋକ ଲଗାଇଛି ଆମେରିକା । ଏହି ଟୀକା ନେଇସାରିବା ପରେ ୬ ଜଣ ମହିଳାଙ୍କ ନିକଟରେ ଦେଖା ଦେଇଛି ରକ୍ତ ଜମାଟ ଭଳି ସମସ୍ୟା । ତେଣୁ ଏହାର ବ୍ୟବହାର ଉପରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ରୋକ ଲଗାଇଥିବା ଜଣାଯାଇଛି । ଏ ସମ୍ପର୍କରେ ଏକ ଟ୍ୱିଟ କରି ଜଣାଇଛନ୍ତି ଏଫ.ଡି.ଏ । ଟୀକା ନେବା ପରେ ଏକ ଅଜବ ପ୍ରତିକ୍ରୟା ପରିଲକ୍ଷିତ ହେଉଥିବାରୁ ଏହି ଟୀକା ଉପରେ ରୋକ ଲଗାଇଥିବା ଏହି ଟ୍ୱିଟରେ ପ୍ରକାଶ କରାଯାଇଛି । ଏହି ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଟୀକା ଉପରେ ରୋକ ଲାଗିଲା ବୋଲି ଟ୍ୱିଟରେ ସ୍ପଷ୍ଟ ହୋଇଛି । ତେବେ ଏହି ନିଷ୍ପତ୍ତି ନେବା ପୁର୍ବରୁ ୬୮ଲକ୍ଷ ଲୋକ ଏହି ଟୀକା ନେଇ ସାରିଥିବାରୁ ସମସ୍ତଙ୍କ ମନରେ ଭୟର ଏକ ବାତାବରଣ ଖେଳିଯାଇଛି । ପୂର୍ବରୁ ଆଷ୍ଟ୍ରାଜେନିକ ଟୀକା ନେବା ପରେ ସମାନ ଲକ୍ଷଣ ଦେଖା ଦେଇଥିବାରୁ ସେହି ଟିକା ଉପରେ ମଧ୍ୟ ବ୍ୟାନ ଲଗାଯାଇଥିଲା ।