ସଂକ୍ଷେପରେ ଗିରିଶଙ୍କ ଜୀବନଯାତ୍ରା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ଓ ଲେଖକ ଗିରିଶ ରଘୁନାଥ କର୍ନାଡଙ୍କ ନିଧନ ହୋଇଯାଇଛି । ତାଙ୍କ ନିଧନରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅପୂରଣୀୟ କ୍ଷତି ହୋଇଛି । ସେ ବଲିଉଡ ବ୍ୟତୀତ ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ ଲୋକପ୍ରିୟ ଥିଲେ ।ଏହା ବ୍ୟତୀତ ସେ ବିଭିନ୍ନ ଭାଷାରେ ନାଟକ ଲେଖି ପ୍ରଶଂସିତ ହୋଇଥିଲେ । ଭାରତରେ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ଜ୍ଞାନପୀଠ ପୁରସ୍କାରରେ ମଧ୍ୟ ଗିରିଶଙ୍କୁ ସମ୍ମାନିତ କରାଯାଇଥିଲା । ସେ ୪ ଦଶନ୍ଧି ଧରି ସମସାମୟିକ ବିଷୟବସ୍ତୁ ଉପରେ ଇତିହାସ ଓ ପୁରାଣ ଆଧାରରେ ନାଟକମାନ ରଚନା କରିଛନ୍ତି ।
୧୯୩୮ ମସିହା ମେ ୧୯ ତାରିଖରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ଗିରିଶ । ଗିରିଶଙ୍କ ମା ଜଣେ ନର୍ସ ଥିଲେ । କିନ୍ତୁ ଅଳ୍ପ ବୟସରେ ସେ ବିଧବା ହୋଇଯାଇଥିଲେ । ଏହା ପରେ ସେ ନର୍ସିଂ ଟ୍ରେନିଂ ନେବାବେଳେ ତାଙ୍କର ପରିଚୟ ଡାକ୍ତର ରଘୁନାଥ କର୍ନାଡଙ୍କ ସହ ହୋଇଥିଲା । ସେ ପରେ ଉକ୍ତ ଡାକ୍ତରଙ୍କୁ ବିବିହ କରିଥିଲେ । ଗିରିଶଙ୍କ ପ୍ରାଥମିକ ଶିକ୍ଷା ମରାଠିରେ ହୋଇଥିଲା । ଶୈଶବରୁ ହିଁ ସେ ଥିଏଟରରେ ରୁଚି ରଖିଥିଲେ । ୧୪ ବର୍ଷ ପରେ ଗିରିଶଙ୍କ ପରିବାର କର୍ଣ୍ଣାଟକ ଚାଲି ଯାଇଥିଲେ । କର୍ଣ୍ଣାଟକ କଲେଜରେ ଗିରିଶ ତାଙ୍କ ସ୍ନାତକ ଶେଷ କରିଥିଲେ । ଏହାପରେ ସେ ଇଂଲଣ୍ଡରେ ଅଧିକ ପଢିଥିଲେ । ଗିରିଶ ୧୯୬୩ରୁ ୭୦ ମଧ୍ୟରେ ଚେନ୍ନାଇସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସରେ କାମ କରିଥିଲେ । ଏହା ମଧ୍ୟରେ ସେ ଫିଲ୍ମ ଓ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆନର ନିର୍ଦ୍ଦେଶକ ପଦରେ ଆସିନ୍ନ ହୋଇଥିଲେ । ୧୯୮୮-୯୩ରେ ସେ ସଂଗୀତ ନାଟକ ଏଳାଡେମୀର ଅଧ୍ୟକ୍ଷ ଥିଲେ ।
୧୯୭୦ରେ ଆସିଥିବା ସମ୍ସ୍କାରରେ ସେ ଅଭିନୟ କରିବା ସହ ସ୍ପ୍ରପ୍ଟ ଲେଖିଥିଲେ । ୧୯୭୧ର ଭ୍ରମସା ବୃକ୍ଷ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା । ସେଥିପାଇଁ ସେ ବେଷ୍ଟ ଡାଇରେକ୍ଟର ପୁରସ୍କାର ପାଇଥିଲେ । ହିନ୍ଦୀ ଫିଲ୍ମ ନିଶାଙ୍କ, ମନ୍ଥନ, ସ୍ୱାମୀ, ପୁକାର, ଇଳବାଲ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ରେ କାମ କରିଥିଲେ । ସେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ୪ଟି ପିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।