ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଢ଼ିଙ୍କିଆରେ ଆୟୋଜିତ ହୋଇଛି ମେଗା ସ୍ବାସ୍ଥ୍ୟ ଶିବିର

0

ପାରାଦୀପ / ପ୍ରଶାନ୍ତ କୁମାର ସ୍ଵାଇଁ : ଜେଏସଡବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି । ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରାଯାଉଛି। ଆସନ୍ତା ଦଶ ତାରିଖ ରବିବାର ଦିନ ଏହି ଦିନିକିଆ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି କ୍ଷ ଏହି ଶିବିରରେ ମୁଖ୍ୟତଃ କର୍କଟ ରୋଗ ନିରୂପଣ ପରୀକ୍ଷା କରାଯିବ। ଏଥି ସହିତ ମଧୁମେହ, ରକ୍ତଚାପ,ଏସପିଓ ୨, ପଲସ୍,ବିଏମ୍ ଆଇ,ଇ ସି ଜି, ତାପମାତ୍ରା ଭଳି ବିଭିନ୍ନ ରୋଗର ପରୀକ୍ଷା କରାଯାଇଛି କ୍ଷ ମୁମ୍ବାଇର ପ୍ରସିଦ୍ଧ ଟାଟା ମେମୋରିଆଲ କ୍ୟାନସର ହସପିଟାଲର ବରିଷ୍ଠ ତଥା ଅଭିଜ୍ଞ ଡଃ ଶିଶିର ରଞ୍ଜନ ସେଟ୍ଟୀ ରୋଗ ନିରୁପଣ କରିଛନ୍ତି । ଯେଉଁ ମାନଙ୍କର ସେଭଳି ରୋଗ ଚିହ୍ନଟ ହେବ, ସେମାନଙ୍କୁ ପରବର୍ତ୍ତୀ ସମୟରେ କିଭଳି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଡାକ୍ତର ଙ୍କ ପରାମର୍ଶ କରାଯିବା ପରେ ଆବଶ୍ୟକ ପଡିଲେ ଜଗନ୍ନାଥ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରାଯିବା ନେଈ ଫାଉଣ୍ଡେସନ ତରଫରୁ ପ୍ରତିଶୃତି ଦେଇଛନ୍ତି ।

ଏହା ବ୍ୟତୀତ ଏହି ମାଗଣା ମେଗା ସ୍ବାସ୍ଥ୍ୟ ଶିବିରରେ ମହିଳା ମାନଙ୍କ ବିଭିନ୍ନ ସ୍ତ୍ରୀ ଓ ପ୍ରସୂତି ରୋଗ , ଅସ୍ଥିଶଲ୍ୟ, ନିଦାନ,ଓ ହୃଦରୋଗ ସମ୍ପର୍କରେ ମଧ୍ୟ ପରୀକ୍ଷା କରାଯିବ। ସେହି ଅନୁସାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ରୋଗ ସମ୍ପର୍କରେ ତାର ନିରାକରଣ ନିମିତ୍ତ ପରାମର୍ଶ ଦେବେ। ବିଶେଷ କରି ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ଲୋକମାନେ ଏହି ସ୍ବାସ୍ଥ୍ୟ ଶିବିରରେ ଯୋଗ ଦେଇ ନିଜର ରୋଗ ଚିହ୍ନଟ କରିବା ସହିତ ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞ ମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିବାକୁ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଢ଼ିଙ୍କିଆ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଏହି ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି କ୍ଷ ସେଥିପାଇଁ ଏହି ତିନି ପଞ୍ଚାୟତରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବାକୁ ଜେ ଏସ ଡ ବ୍ଲୁ ପକ୍ଷରୁ ପ୍ରାଥମିକତା ଦିଆଯାଇଛି। ପର୍ୟ୍ୟାୟ କ୍ରମେ ଏହି ତିନି ପଞ୍ଚାୟତରେ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ୟ୍ୟରେ ସହଯୋଗ ଓ ସହାୟତା କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛି।