ଭୁବନେଶ୍ୱର : ସଜ୍ଜନ ଜିନ୍ଦଲଙ୍କ ବଡ଼ ଘୋଷଣା । ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW steel । ଏହାପୂର୍ବରୁ ୨୦୧୮ ମେକ ଇନ୍ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି JSW ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର MSME ଗଢିଉଠିବ। ଏଠି ଏକ ସ୍ଥିର ସରକାର ଅଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି। ହକି ଗୌରବ ହରାଇଥିଲା, କିନ୍ତୁ ଓଡିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି। ପୁରୁଣା ମନ୍ଦିରଗୁଡିକର ନବୀକରଣ କରିଛନ୍ତି ନବୀନ ବାବୁ।