୩ରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା

ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ପକ୍ଷରୁ କୁହାଯାଇଛି ।

0

(ଭୂବନେଶ୍ୱର) : ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାନୁଯାୟୀ , ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଏହି ପ୍ରତିଯୋଗିତା ହେବ । ଯେଉଁଥିରେ ପୁରୀ ସମେତ ପ୍ରାୟ ୯ ଜିଲ୍ଲାର ବଛା ବଛା ଖେଳାଳି ଟିମ୍‌ ଭାବେ ନେବେ । ଚାମ୍ପିୟନ, ରନ୍‌ର୍ସ ଅପ୍‌ ଓ ତୃତୀୟ ସ୍ଥାନ ଅଧିକାର କରୁଥିବା ଟିମ୍‌କୁ ଆକର୍ଷଣୀୟ ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ଦିଆଯିବ । ସେହିପରି ଉଭୟ ବର୍ଗରେ ୩ ଜଣ ଭଲ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ରାଶି ସହ ସମ୍ମାନିତ କରାଯିବ ।