ଆରମ୍ଭ ହେଲା କଳସ ଯାତ୍ରା

0

ରାଜନଗର /ନୟନା ବେହୁରା :ର୍ଦୁଗା ପୂଜା ପାଇଁ ଚଳଚଞ୍ଚଳ ହେଉଛନ୍ତି ଶ୍ରଦ୍ଧାଳୁ ଓ ପ୍ରମୁଖ ସହର । ଦିଲ୍ଲୀ ରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ଝିକିମିକି ଲାଇଟି ରେ ସଜେଇ ହୋଇଛି ରାଜରାସ୍ତା । କୋରନା କଟକଣା ପାଇଁ ଦୀର୍ଘ ୨ ବର୍ଷ ପରେ ଏହି ପାର୍ବଣ ଫେରିଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉସାହ ଦେଖିବାକୁ ମିଳିଛି । ଠିକ୍ ସେହିପରି କିଛି ସଜବାଜ ଦେଖିବାକୁ ମିଳିଛି ରାଜନଗର ବ୍ଲକର ଖମାର ସାହି ପଂଚାୟତ ନଳିତା ପାଟିଆରେ ।

ଆଜି ଶହେ ଆଠଟି କଳସ ବୁଡାଇବା ସହ କଳସ ଶୋଭାଯାତ୍ରା କରାଯାଇ ଶୋଭାଯାତ୍ରା ଟି ବାଙ୍କୁଆଳ ଠାର ଥିବା ଦୁର୍ଗାଙ୍କ ମଣ୍ଡପରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରା ଡାଙ୍ଗମାଳ ପଂଚାୟତ ର ବାଙ୍କୁଆଳ ଠାରୁ ଆରମ୍ଭ ହୋଇ ଖମାରସାହି ପଞ୍ଚାୟତର ନଳିତା ପାଟିଆ ନଦୀ ରୁ ପାଣି ନେଇ ମାଆ ଙ୍କ ମଣ୍ଡପରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଖମାରସାହି, ଡାଙ୍ଗମାଳ ଓ କୃଷ୍ଣନଗର ପଂଚାୟତ ର ଅନେକ ଭକ୍ତ ଉପସ୍ଥିତ ଥିଲେ ।