ଚଳିତ ମାସ ଅନୁଷ୍ଠିତ ହେବାକୁ ଯାଉଛି ୨୪ତମ କଳିଙ୍ଗ ପୁସ୍ତକ ମେଳା

ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ପୁସ୍ତକ ମେଳା ।

0

(ଭୁବନେଶ୍ୱର) : ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ପୁସ୍ତକ ମେଳା । ୨୪ତମ କଳିଙ୍ଗ ପୁସ୍ତକ ମେଳା ପୁରସ୍କାର ବିତରଣ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏଥିରେ ସାରସ୍ୱତ ସାଧନା କରୁଥିବା ୧୦ଜଣ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ ।

ସୂଚନାନୁଯାୟୀ , ଏଥିରେ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ନିରବଚ୍ଛିନ୍ନ ଭାବେ ସାରସ୍ୱତ ସାଧନା କରୁଥିବା ୧୦ଜଣ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ସାମଗ୍ରୀକ ସାହିତ୍ୟ କୃତୀ ଓ ସେମାନଙ୍କ ପ୍ରକାଶିତ ପୁସ୍ତକକୁ ଆଧାର କରି ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ । ତା’ ସହ ଜଣେ ସମାଜସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।