ଫିଫା ପାଇଁ କଳିଙ୍ଗ ଷ୍ଟାଡ଼ିଅମ ରଙ୍ଗାରଙ୍ଗ

0

ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ । ଆସନ୍ତା କାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ହେବ ବିଶ୍ୱ କପ ଫିଫା । ତେବେ ସେଥିପାଇଁ ଷ୍ଟାଡ଼ିଅମରୁ ରାଜଧାନୀ ପର୍ଯ୍ୟନ୍ତ ସାଜସଜି ହୋଇଛି । ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ସଜେଇ ହୋଇଛି କଳିଙ୍ଗ ଷ୍ଟାଡ଼ିଅମ । ଚର୍ତ୍ତୁପାଶ୍ୱର୍ରେ ଥିବା ଗ୍ୟାଲେରୀ ଗୁଡ଼ିକ ସଜା ହୋଇଛି ଲାଲ ନୀଳ ଓ ଧଳା ପ୍ରିଣ୍ଟର ନୂଆ ରଙ୍ଗରେ ।

ତେବେ ଆସନ୍ତା କାଲି ମୁହାଁମୁହିଁ ହେବେ ଭାରତ-ଆମେରିକା । ଏଥିପାଇଁ ଆଜି ଖେଳାଳି ମାନଙ୍କ ମଧ୍ୟରେ ଅଭ୍ୟାସ ଜାରି ରହିଛି । ୟୁନିଟ-୭ରେ ଭାରତୀୟ ଖେଳାଳି ମାନେ ନିଜର ପ୍ରାକ୍ଟିସ ଜାରି ରଖିଛନ୍ତି । ଖେଳକୁ ସୁରକ୍ଷା ଦେବା ପାଇଁ ପୋଲିସ ଟିମକୁ ମୃତୟନ ହୋଇଛି । ତେବେ ଏହି ଉଦଘାଟନରେ ସାମିଲ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଛି । ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି କଲ୍ୟାଣ ଚୌବେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣପତ୍ର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆସିବା ପରେ ଉଦଘାଟନ ପକ୍ରିୟା ଆରମ୍ଭ ହେବ । ତେବେ ୪.୩୦ରେ ଆରମ୍ଭ ହେବ ୧୭ ବର୍ଷ କମ ମହିଳା ଫିଫା ବିଶ୍ୱକପ । ଏନେଇ ସାରା ଭାରତରେ ଉତ୍ସାହ ଲାଗିରହିଛି ।