ଅପେକ୍ଷାର ଅନ୍ତ , ଓଡ଼ିଶା ଅଭିମୁଖେ କଳ୍ପନା ଦାଶଙ୍କ ମରଶରୀର

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ନେପାଳ କାଠମାଣ୍ଡୁରୁ ଓଡ଼ିଶା ଆସିବ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର । ରାତି ପ୍ରାୟ ୯ ଟାରେ ଭୁବନେଶ୍ୱର ବିମାନମନ୍ଦର କଳ୍ପାନଙ୍କ ପାର୍ଥୀବ ଶରୀର ପହଁଚିବ । ଏହା ସହ ରାତ୍ର ୧୦ ଟା ଯାଏଁ କଳିଙ୍ଗ ଷ୍ଟାଡ଼ିୟମ୍ରେ ଶେଷଦର୍ଶନ ପାଇଁ ତାଙ୍କ ମରଶୀରର ରଖାଯିବ ।
ଗତକାଲି ଏଭେରେଷ୍ଟରୁ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯାଇଥିଲା । ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇ ସରକାରୀ ବିଧି ପରେ ଆଜି କାଠମାଣ୍ଡୁରୁ ଓଡିଶା ଅଣାଯିବ । ଏନେଇ କ୍ରୀଡା ବିଭାଗ ସୂଚନା ଦେଇଛି । କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଥିଲା । ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା । ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।