କଲ୍ୟାଣମଣ୍ଡପ ଉଦ୍ଘାଟନ

0

(ଜୟନ୍ତ ସେଠୀ) ଗୋପ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର କାର୍ୟ୍ୟାଳୟ ପରିସରରେ ଦୁଇ ମହଳା ବିଶିଷ୍ଟ ଏକ କଲ୍ୟାଣମଣ୍ଡପ ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଗଣ ଉଦ୍ୟୋଗ , ସାମାଜିକ ନିରାପତା , ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର , ସେବାୟତ ସଂଗର ସଭାପତି ,ସମ୍ପାଦକ. ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ଶଙ୍କର ପ୍ରଧାନ , ସୁରେଶ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା । ଏହି କଲ୍ୟାଣ ମଣ୍ଡପଟି ଓଟିଡିସି ପକ୍ଷରୁ କରାଯାଇଛି । ଏଥିପାଇଁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜେଇ ଶୁଭେନ୍ଦ୍ର ମିଶ୍ରଙ୍କ ଠାରୁ ସୂଚନା ମିଳିଛି ।