ରାୟଗଡ଼ା(ସନ୍ତୋଷ କୁମାର ଲମତା): ରାୟଗଡ଼ା ଜିଲ୍ଲା ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ସଂଘର ସମସ୍ତ ସଦସ୍ୟ ଥାନାରେ ପହଞ୍ଚି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଭାବରେ ମୁକୁନ୍ଦ ଦେବ ନାୟକଙ୍କୁ ଭେଟି ସ୍ବାଗତ ଜଣେଇବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀ ନାୟକ ପୂର୍ବରୁ ଚନ୍ଦ୍ରପୁର ଥାନାରେ ଓ ଆଇଆଇସି ଭାବରେ କାର୍ଯ୍ୟଭାର ତୁଲେଇ ଆସୁଥିଲେ ।
ବର୍ତ୍ତମାନ କଲ୍ୟାଣସିଂହପୁର ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି କଲ୍ୟାଣସିଂହପୁର ବ୍ଲକରେ କାର୍ୟ୍ୟରତ ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘର ସଭାପତି ଶ୍ରୀ ଅକ୍ଷୟ ପିଡିଶିକା, ଉପ ସଭାପତି ଶ୍ରୀ ଧନେଶ୍ଵର ରାଉତ, ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବଛା, ଯୁଗ୍ମ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଲମତା, କୋଷାଧ୍ୟକ୍ଷ ଶ୍ରୀ ମଣ୍ଟୁ ଦଣ୍ଡସେନା, ସଦସ୍ୟ ମାଲେସ କୌଶଲ୍ୟା, ପ୍ରଦୀପ ଦଳାଇ ଓ ପ୍ରଶାନ୍ତ ନାହାକ ପ୍ରମୁଖ ଉପସ୍ଥିତ ରହିଥିଲେ ।